ଦେଖନ୍ତୁ ଭିଡିଓ: ମିଳିତ ସମରାଭ୍ୟାସ ବେଳେ ଭାରତୀୟ ସୈନ୍ୟଙ୍କ ପାଇଁ ଆମେରିକା ସେନା ବ୍ୟାଣ୍ଡ୍‌ ବଜାଇଲା ‘ଜନ ଗଣ ମନ’

ନୂଆଦିଲ୍ଲୀ: ଓ୍ଵାସିଂଟନ୍‌ରେ ଭାରତ ଓ ଯୁକ୍ତରାଷ୍ଟ୍ର ଆମେରିକାର ସୈନ୍ୟଙ୍କ ମଧ୍ୟରେ ମିଳିତ ସମରାଭ୍ୟାସ ସମୟରେ ଯୁକ୍ତରାଷ୍ଟ୍ର ଆମେରିକା ସେନାର ବ୍ୟାଣ୍ଡ୍‌ ଭାରତୀୟ ଜାତୀୟ ସଙ୍ଗୀତ ‘ଜନ ଗଣ ମନ’ ଧୁନ୍‌ ବଜାଇଛନ୍ତି।

ତୂରୀରେ ଆମେରିକୀୟ ସୈନିକମାନେ ଭାରତୀୟ ଜାତୀୟ ସଙ୍ଗୀତ ବଜାଉଥିବାର ଭିଡିଓ ଗୁରୁବାର ଦିନ ସାମାଜିକ ଗଣମାଧ୍ୟମରେ ଭାଇରାଲ୍‌ ହୋଇଛି। ବୁଧବାର ଦିନ ଥିଲା ମିଳିତ ସମରାଭ୍ୟାସର ଅନ୍ତିମ ଦିବସ।

ଦୁଇ ଦେଶ ମଧ୍ୟରେ ଚାଲିଥିବା ପ୍ରତିରକ୍ଷା ସହଯୋଗର ଅଂଶ ସ୍ୱରୂପ ଓ୍ଵାସିଂଟନ୍‌ ଠାରେ ଶୁକ୍ରବାର ଦିନ ଭାରତ ଓ ଯୁକ୍ତରାଷ୍ଟ୍ର ଆମେରିକା ମିଳିତ ସମରାଭ୍ୟାସ ଆରମ୍ଭ କରିଥିଲେ। ଏହା ଓ୍ଵାସିଂଟନ୍‌ସ୍ଥିତ ଜଏଣ୍ଟ୍‌ ବେସ୍‌ ଲୁଇ ମ୍ୟାକ୍‌କର୍ଡ ଠାରେ ଅନୁଷ୍ଠିତ ହୋଇଥିଲା।

ପାଳି କରି ଭାରତ ଏବଂ ଯୁକ୍ତରାଷ୍ଟ୍ର ଆମେରିକାରେ ଆୟୋଜନ କରାଯାଉଥିବା ଏହି ସମରାଭ୍ୟାସର ଏହା ଥିଲା ୧୫ଶ ସଂସ୍କରଣ।

ସମ୍ବନ୍ଧିତ ଖବର