ନିର୍ଦ୍ଦିଷ୍ଟ ବ୍ରାଣ୍ଡର ମଦ ବିକ୍ରି କରିବା ପାଇଁ ଆର୍ମି କ୍ୟାଣ୍ଟିନ୍‌ର ଅଧିକାରୀଙ୍କୁ ଦିଆ ଯାଇଥିଲା ୧୦କୋଟି ଟଙ୍କାର ଲାଞ୍ଚ !

ନୂଆଦିଲ୍ଲୀ : ନିର୍ଦ୍ଦିଷ୍ଟ ବ୍ରାଣ୍ଡର ମଦ ଆର୍ମି କ୍ୟାଣ୍ଟିନ୍‌ରେ ବିକ୍ରି କରିବା ପାଇଁ କ୍ୟାଣ୍ଟିନରେ କାମ କରୁଥିବା ଅଧିକାରୀଙ୍କୁ ୧୦କୋଟି ଟଙ୍କା ଲାଞ୍ଚ ଦିଆ ଯାଇଥିବା ସୂଚନା ମିଳିଛି । ଆର୍ମି କ୍ୟାଣ୍ଟିନ୍‌କୁ ଏହି ଲାଞ୍ଚ ବିମ୍‌ ଗ୍ଲୋବାଲ ସ୍ପିରିଟ୍‌ ଆଣ୍ଡ ଓ୍ଵାଇନ୍‌ ବା ବିମ୍‌ ଇଣ୍ଡିଆ ତରଫରୁ ଦିଆ ଯାଇଥିବା ଜଣାପଡ଼ିଛି । ଆର୍ମି କ୍ୟାଣ୍ଟିନ୍‌ରେ ବିକ୍ରି ହେଉଥିବା ବିମ୍‌ ଇଣ୍ଡିଆର ସ୍ପେଶାଲ ବ୍ରାଣ୍ଡ ହି୍ଵସ୍‌କିର ବିକ୍ରି ବଢ଼ାଇବା ପାଇଁ କମ୍ପାନି ଏହି ଲାଞ୍ଚ ଦେଇଥିଲା । ଏ ବିଷୟରେ ଜଣା ପଡ଼ିବା ପରେ ଆମେରିକୀୟ ତଦନ୍ତ  କମିସନ କମ୍ପାନିକୁ ୫୫କୋଟି ଜରିମାନା ଦେବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି।

Quora

ସୂଚନା ମୁତାବକ, ବିମ୍‌ କମ୍ପାନି ମଦର ଲୋକପ୍ରିୟ ବ୍ରାଣ୍ଡ  ଟିଚର୍ସ  ଏବଂ ଜିମ୍‌ ବିମ୍‌ ତିଆରି କରିଥାଏ । ଏହି କମ୍ପାନି ନିଜର ଉତ୍ପାଦର ବିକ୍ରିକୁ ବଢ଼ାଇବା ପାଇଁ ଭାରତୀୟ କମ୍ପାନି ଜରିଆରେ ୨୦୦୬ ଏବଂ ୨୦୧୨ରେ ବିଭିନ୍ନ ଭାରତୀୟ ଅଧିକାରୀଙ୍କୁ ଲାଞ୍ଚ ଦେଇଥିଲା । ଯେଉଁଥିରେ ରାଷ୍ଟ୍ରୀୟ ରାଜଧାନୀ ମଧ୍ୟ ସାମିଲ ଥିବା ଜଣାପଡ଼ିଛି । ତେବେ କେଉଁ ଭାରତୀୟ ଅଧିକାରୀମାନେ ଲାଞ୍ଚ ନେଇ କାମ କରିଥିଲେ ସେମାନଙ୍କ ନାଁ ଜଣା ପଡ଼ି ନ ଥିବା ବେଳେ ସିଏସ୍‌ଡ଼ିର ବଡ଼ ବଡ଼ ଅଧିକାରୀମାନେ ଏ ନେଇ ଟଙ୍କା ଖାଇଥିବା ଆମେରିକା ଦେଇଥିବା ରିପୋର୍ଟରୁ ଜଣା ପଡ଼ିଛି । କ୍ୟାଣ୍ଟିନ୍‌ ଷ୍ଟୋର ଡ଼ିପାର୍ଟମେଣ୍ଟ ୧୯୪୮ରେ   ଗଠନ କରାଯାଇଥିବା ବେଳେ ଏହାର ଲକ୍ଷ୍ୟ ଯବାନମାନଙ୍କ ପରିବାର ଲୋକଙ୍କୁ କମ ଦାମରେ ଜିନିଷ ଯୋଗାଇବାର ଥିଲା । କ୍ୟାଣ୍ଟିନ୍‌ରେ ମିଳୁଥିବା ଜିନିଷ ପାଇଁ ବର୍ଷକୁ ୧୭,୫୦୦କୋଟି ଖର୍ଚ୍ଚ ହେଉଥିବା ବେଳେ ଏହାର ସୁବିଧା ଉଭୟ କାର୍ଯ୍ୟରତ ଏବଂ ଅବସରପ୍ରାପ୍ତ ଅଧିକାରୀଙ୍କ ପରିବାରକୁ ମିଳିଥାଏ ।

ସମ୍ବନ୍ଧିତ ଖବର