ମୁଣ୍ଡରେ ପଗଡ଼ି ଦେଖି ଆମେରିକାନ୍‌ କମେଡିଆନ୍‌ ଡ଼ରିବାରୁ ବିମାନରୁ ୪ଜଣ ଶିଖ୍‌ ଯୁବକଙ୍କୁ ଓହ୍ଲାଇଦେଲେ କ୍ର୍ୟୁ ମେମ୍ବର

ନୂଆଦିଲ୍ଲୀ : ବିମାନରେ ଯାତ୍ରା କରୁଥିବା ଇନ୍‌ଷ୍ଟାଗ୍ରାମ୍‌ କମେଡିଆନ୍‌ ଜେସ୍‌ ହିଲାରିୟସଙ୍କୁ ବିମାନ ମଧ୍ୟରେ ୪ଜଣ ଶିଖ୍‌ ଯୁବକଙ୍କୁ ଦେଖି ଡ଼ର ଲାଗିବା ଘଟଣା ଏବେ ଚର୍ଚ୍ଚାର ବିଷୟ ପାଲଟିଛି । ତାଙ୍କୁ ଡ଼ର ଲାଗିବାକୁ ଦେଖି ୪ଜଣ ଶିଖ୍‌ ଯୁବକଙ୍କୁ ବିମାନ ମଧ୍ୟରୁ ବାହାର ମଧ୍ୟ କରି ଦିଆଯାଇଥିବା ଜଣା ପଡ଼ିଛି । ଏହି ଖବର ନିଜେ ଜେସ୍‌ ଟୁଇଟ୍‌ରରେ ଏକ ଭିଡିଓ ସେୟାର କରି ଜଣାଇଛନ୍ତି । ଭିଡିଓଟି ଭାଇରାଲ ହେବା ପରେ ତାଙ୍କୁ ସୋସିଆଲ ମିଡିଆରେ ଲୋକମାନେ ଟ୍ରୋଲ କରିବା ଆରମ୍ଭ କରିଛନ୍ତି ।

ସୂଚନା ମୁତାବକ, ଲୋକପ୍ରିୟ କମେଡିଆନ୍‌ ଜେସ୍‌ ବିମାନ ମଧ୍ୟକୁ ପ୍ରବେଶ କରିବା ପରେ ୪ଜଣ ଶିଖ୍‌ ଯୁବକଙ୍କୁ ଦେଖି ଡ଼ରି ଯାଇଥିଲେ । ଜେସ୍‌ଙ୍କୁ ଇସ୍‌ଲାମ୍‌ଫୋବିଆ( ମୁସ୍‌ଲିମ୍‌ ଏବଂ ଇସ୍‌ଲାମ୍‌ ଧର୍ମର ଲୋକଙ୍କୁ ଦେଖି ଡ଼ରୁଥିବା ବ୍ୟକ୍ତି) ଥିବାରୁ ସେ ୪ଜଣ ଶିଖ୍‌ ଯୁବକଙ୍କ ମୁହଁ ଏବଂ ତାଙ୍କ ପଗଡ଼ି ଦେଖି ଡ଼ରି ଯାଇଥିଲେ । ଏହା ପରେ ୪ଜଣଙ୍କୁ ବିମାନରୁ ବାହାର କରିବା ପାଇଁ ଜିଦ୍‌ ଧରି ବସିଥିଲେ ।  ପରେ ବାଧ୍ୟ ହୋଇ କ୍ର୍ୟୁ ମେମ୍ବର ୪ଜଣ ଶିଖ୍‌ ଯୁବକଙ୍କୁ ଓହ୍ଲାଇବା ପାଇଁ କହିଥିଲେ ।

ଏହି ଖବର ପ୍ରସାର ହେବା ପରେ ସୋସିଆଲ ମିଡିଆ ବ୍ୟବହାରକରୀମାନେ ଜେସ୍‌ଙ୍କୁ ଟ୍ରୋଲ କରିବା ଆରମ୍ଭ କରିଥିଲେ । ଏହାକୁ ଦେଖି ଜେସ୍‌ ଆଉ ଭିଡିଓ ସେୟାର କରି ଟ୍ରୋଲର୍ସମାନଙ୍କୁ ଗାଳି ଦେବା ସହ ମୁଁ ଯାହା ଅନୁଭବ କଲି ତାହା କହିଲି । ମୋତେ ଡ଼ର ଲାଗିବାରୁ ମୁଁ ଏପରି କଲି ବୋଲି କହୁଥିବା ଦେଖା ଯାଇଛି ।

ସମ୍ବନ୍ଧିତ ଖବର