ଓସାମା ବିନ୍‌ ଲାଡେନ୍‌ଙ୍କ ପୁଅ ହାମ୍‌ଜାର ମୃତ୍ୟୁ ହୋଇଥିବା ନିଶ୍ଚିତ କଲେ ଆମେରିକା ପ୍ରତିରକ୍ଷା ସଚିବ

ନୂଆଦିଲ୍ଲୀ: ଅଲ୍‌-କାଏଦା ସଂସ୍ଥାପକ ଓସାମା ବିନ୍‌ ଲାଡେନ୍‌ଙ୍କ ପୁଅ ହାମ୍‌ଜାର ମୃତ୍ୟୁ ଘଟିଥିବା କଥା ଯୁକ୍ତରାଷ୍ଟ୍ର ଆମେରିକାର ପ୍ରତିରକ୍ଷା ସଚିବ ମାର୍କ ଏସ୍‌ପର୍‌ ସ୍ପଷ୍ଟ କରିବା ଭଳି ଜଣାପଡ଼ିଛି।

ବୁଧବାର ଦିନ ଫକ୍ସ୍‍ ନିଉଜ୍‌ ସହ ସାକ୍ଷାତ୍‌କାର ସମୟରେ ହାମ୍‌ଜା ବିଲ୍‌ ଲାଡେନ୍‌ର ମୃତ୍ୟୁ ହୋଇଛି କି ବୋଲି ପଚରାଯିବାରୁ ଏସ୍‌ପର୍‌ କହିଲେ, ମୁଁ ସେୟା ବୁଝୁଛି।

ତାଙ୍କ ମୃତ୍ୟୁରେ ଯୁକ୍ତରାଷ୍ଟ୍ର ଆମେରିକାର କୌଣସି ଭୂମିକା ଥିଲା କି ବୋଲି ପଚରା ଯିବାରୁ ଏସ୍‌ପର୍‌ ଜବାବ ଦେଲେ: ମୋ ପାଖରେ ତା’ର ବିବରଣୀ ନାହିଁ। ଯଦି ବା ମୋ ପାଖରେ ଥାଆନ୍ତା ମୁଁ ତାହା ଆପଣଙ୍କୁ ଦେଇ ଥାଆନ୍ତି କି, ନାହିଁ ଜାଣେନା।

Image Source: The New York Times

ଗତ ମାସରେ ସିଏନ୍‌ଏନ୍‌ ରିପୋର୍ଟ କରିଥିଲା କି, ହାଜ୍‌ମାଙ୍କ ମୃତ୍ୟୁ କଥା ଯୁକ୍ତରାଷ୍ଟ୍ର ଆମେରିକାର ଅଧିକାରୀମାନେ କହିଛନ୍ତି କିନ୍ତୁ, କୌଣସି ବିବରଣୀ ଦେଇ ନ ଥିଲା।

୩୦ ବର୍ଷ ବୟସ ହୋଇଥିବ ବୋଲି ବିଶ୍ୱାସ କରାଯାଉଥିବା ହାଜ୍‌ମା ସେଷ୍ଟେମ୍ବର ୧୧, ୨୦୦୧ ଆକ୍ରମଣ ପୂର୍ବରୁ ଆଫଗାନିସ୍ତାନରେ ତା’ର ବାପାଙ୍କ ପାଖରେ ଥିଲେ। ଯୁକ୍ତରାଷ୍ଟ୍ର ଆମେରିକା ନେତୃତ୍ୱରେ ଆଫଗାନିସ୍ତାନ ଆକ୍ରମଣ ହେବା ପରେ ସେ ପାକିସ୍ତାନରେ ତା’ର ବାପାଙ୍କ ସହ ସମୟ ଅତିବାହିତ କରୁଥିଲେ।

ହାଜ୍‌ମା ପଶ୍ଚିମ ରାଜଧାନୀଗୁଡ଼ିକରେ ଆତଙ୍କବାଦ କାର୍ଯ୍ୟକଳାପ ଲାଗି ଆହ୍ଵାନ ଦେଇଥିଲେ ଏବଂ ପିତାଙ୍କର ମୃତ୍ୟୁ ନିମନ୍ତେ ଯୁକ୍ତରାଷ୍ଟ୍ର ଆମେରିକା ଉପରେ ପ୍ରତିଶୋଧ ନେବେ ବୋଲି ଧମକ ଦେଇଥିଲେ।

ସମ୍ବନ୍ଧିତ ଖବର