ପାକିସ୍ତାନକୁ ଟ୍ରମ୍ପଙ୍କ ଆଉ ଏକ ଗୋଇଠା, ପାକ୍‌ ମିଲିଟାରୀ ଅଫିସରଙ୍କ ଟ୍ରେନିଂ ପାଇଁ ମନାକଲା ଆମେରିକା

ନୂଆଦିଲ୍ଲୀ : ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ନିଜର ନିର୍ବାଚନ ପ୍ରଚାର ସମୟରେ ହିଁ ସ୍ପଷ୍ଟ କରିଦେଇଥିଲେ ଯେ ସେ ଜିତିଲେ ପାକିସ୍ତାନକୁ ଜବତ କରିବେ । ନିଜର ଏହି କଥାକୁ ସେ ଧୀରେ ଧୀରେ କାମରେ କରି ଦେଖାଉଛନ୍ତି । ପ୍ରଥମେ ପାକିସ୍ତାନକୁ ସେ ଆର୍ଥିକ ସହାୟତା ବନ୍ଦ କରିଦେଲେ । ଏହା ଫଳରେ ପାକିସ୍ତାନର ସ୍ଥିତି ଏବେ ଦେବାଳିଆ ପ୍ରାୟ । ଏପରିକି ଆଇଏମଏଫ କିମ୍ବା ବିଶ୍ୱବ୍ୟାଙ୍କରୁ ପାକିସ୍ତାନକୁ ଯେପରି ଋଣ ନ ମିଳେ ତାହାର ବ୍ୟବସ୍ଥା ମଧ୍ୟ କରିଦେଇଛି ଆମେରିକା । ପାକିସ୍ତାନକୁ ମିଲିଟାରୀ ଅସ୍ତ୍ରଶସ୍ତ୍ର ଓ ଉପକରଣ ଦେବା ବନ୍ଦ କରାଗଲା । ଏବେ ଆଉ ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇଛି ଆମେରିକା । ତାହା ହେଉଛି ପାକିସ୍ତାନର ମିଲିଟାରୀ ଅଫିସରମାନେ ଏଣିକି ଆଉ ଆମେରିକା ଦ୍ୱାରା ପରିଚାଳିତ ଇଣ୍ଟରନାସନାଲ ମିଲିଟାରୀ ଏଜୁକେସନ ଏଣ୍ଡ ଟ୍ରେନିଂ ପ୍ରୋଗ୍ରାମ (ଆଇଏମଇଟି) ରେ ଟ୍ରେନିଂ ନେଇ ପାରିବେ ନାହିଁ । ୧୯୯୦ ପରଠାରୁ ପାକିସ୍ତାନର ମିଲିଟାରୀ ଅଧିକାରୀମାନେ ଏହି ଟ୍ରେନିଂ ନେଇଆସୁଥିଲେ । ଏ ବର୍ଷ ପାକିସ୍ତାନରୁ ୬୬ ଜଣ ମିଲିଟାରୀ ଅଫିସର ଯାଇଥାନ୍ତେ । କିନ୍ତୁ ଆମେରିକା ତାହାକୁ ବନ୍ଦ କରିଦେଇଛି । ଏହା ଫଳରେ ପାକିସ୍ତାନ ଅପଦସ୍ତ ହୋଇଛି ।

ସମ୍ବନ୍ଧିତ ଖବର