ଇରାନରୁ ତେଲ ଆମଦାନୀ ବନ୍ଦ ହେବା ପରେ ଭାରତ କଣ କରିବ ? ଏହାର ସମାଧାନ ଖୋଜୁଛି ଆମେରିକା

ନୂଆଦିଲ୍ଲୀ : ଆସନ୍ତା ନଭେମ୍ବର ୪ରୁ ଆମେରିକା ଇରାନ ଉପରେ କଠୋର ଆର୍ଥିକ କଟକଣା ଲଗାଇବାକୁ ଯାଉଛି । ଇରାନରୁ ଯିଏ ତେଲ କିଣିବ ସେହି ଦେଶ ଉପରେ ମଧ୍ୟ ଆମେରିକା କଟକଣା ଲଗାଇବ ବୋଲି ଧମକ ଦେଇଛି । ଏହା ଫଳରେ ଭାରତ ମଧ୍ୟ ଇରାନରୁ ତେଲ ଆମଦାନୀ କମ କରିବାକୁ ଯୋଜନା କରୁଛି । କିନ୍ତୁ ଏହା ଦ୍ୱାରା ଭାରତର ଯେପରି ଆର୍ଥିକ କ୍ଷତି ନହୁଏ, ଏହାର ଅର୍ଥନୀତି ଯେପରି ପ୍ରଭାବିତ ନହୁଏ ସେଥିଲାଗି ଏକ ବିକଳ୍ପ ଉପାୟ ଚିନ୍ତା କରାଯାଉଛି ବୋଲି ଆମେରିକା କହିଛି । ଭାରତ ଯେପରି ବିକଳ୍ପ ଉତ୍ସରୁ ତେଲ ପାଏ ସେ ଦିଗରେ ଯୋଜନା ପ୍ରସ୍ତୁତ କରାଯାଉଛି ବୋଲି ଆମେରିକାର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି ।

ଭାରତ ନିଜ ତୈଳ ଆବଶ୍ୟକତାର ଏକ ବଡ଼ ଭାଗ ଇରାନରୁ ଆମଦାନୀ କରିଥାଏ । ଇରାନ ଭାରତକୁ ରିହାତି ଦରରେ ତେଲ ଯୋଗାଇଥାଏ । ତିନିବର୍ଷ ପୂର୍ବେ ଇରାନ ଉପରେ ଆମେରିକା ଲଗାଇଥିବା କଟକଣା ଉଠାଇବା ପର୍ଯ୍ୟନ୍ତ ଭାରତ ଟଙ୍କା ଓ ୟୁରୋ ବିନିମୟରେ ଇରାନରୁ ତେଲ କିଣୁଥିଲା । କିନ୍ତୁ କଟକଣା ଲାଗିବା ପରେ ଭାରତ କ୍ଷତି ସହିବାର ଆଶଙ୍କା କରୁଛି ।

ସମ୍ବନ୍ଧିତ ଖବର