ରୋହିଙ୍ଗ୍ୟା ବାହିନୀ ଦ୍ୱାରା ହିନ୍ଦୁମାନଙ୍କ ଗଣହତ୍ୟା : ଭାରତରେ ଏପର୍ଯ୍ୟନ୍ତ କେହି ଆହା ଟିକେ କହିନାହାନ୍ତି, କିନ୍ତୁ ବିଶ୍ୱବ୍ୟାପୀ ଦରଦ

ଓ୍ଵାସିଂଟନ :  ମ୍ୟାମାରରେ ରୋହିଙ୍ଗ୍ୟା ଆତଙ୍କବାଦୀଙ୍କ ଦ୍ୱାରା କରାଯାଇଥିବା ଗରିବ ହିନ୍ଦୁ ଗ୍ରାମବାସୀଙ୍କ ଗଣହତ୍ୟା ପ୍ରସଙ୍ଗରେ ଆମ ଦେଶର ତଥା କଥିତ ଉଦାରବାଦୀ ତଥା ଧର୍ମନିରପେକ୍ଷ ଦଳମାନେ ଆହା ପଦେ ମଧ୍ୟ କହିନାହାନ୍ତି । କିନ୍ତୁ ଏହାକୁ ନେଇ ବିଶ୍ୱବ୍ୟାପୀ  ଚିନ୍ତା ପ୍ରକଟ କରାଯାଇଛି  ।  ଏ ସଂପର୍କରେ ଚିନ୍ତା ପ୍ରକଟ କରି ଆମେରିକା ସରକାର କହିଛନ୍ତି ଯେ  ଏ ସଂପର୍କରେ ସବିଶେଷ ତଦନ୍ତ ହେବା ଆବଶ୍ୟକ ।  ଏହା ମାନବାଧିକାର ହନନର ଏକ ବଡ଼ ଉଦାହରଣ ।

“ଅନ୍ତର୍ଜାତୀୟ ସ୍ତରରେ ଏହାର ଏକ ନିରପେକ୍ଷ ତଦନ୍ତ ହେବା ଆବଶ୍ୟକ ଓ ପୀଡିତ ମାନଙ୍କୁ ନ୍ୟାୟ ଦିଆଯିବା ଆବଶ୍ୟକ” ବୋଲି କହିଛନ୍ତି ଆମେରିକା ଷ୍ଟେଟ ଡିପାର୍ଟମେଣ୍ଟର ଜଣେ ମୁଖପାତ୍ର । କେବଳ ଆମେରିକା ନୁହେଁ ଆଉ କେତେକ ୟୁରୋପୀୟ ଦେଶ ମଧ୍ୟ ଏହାକୁ ନିନ୍ଦା କରିଛନ୍ତି ।

କିଛିଦିନ ତଳେ ଅନ୍ତର୍ଜାତୀୟ ମାନବାଧିକାର ସଂସ୍ଥା ଆମନେଷ୍ଟି ଇଣ୍ଟରନାସନାଲ ପକ୍ଷରୁ ପ୍ରକାଶିତ ରିପୋର୍ଟରେ କୁହାଯାଇଥିଲା ଯେ  ରୋହିଙ୍ଗ୍ୟାମାନେ ମ୍ୟାମାରରେ ଥିବା ହିନ୍ଦୁ  ମାନଙ୍କ ଉପରେ  ଅନେକ ଅତ୍ୟାଚାର କରିଛନ୍ତି । ଏଥିରେ କୁହାଯାଇଛି ଯେ  ଆରାକାନ ରୋହିଙ୍ଗ୍ୟା ସାଲଭେସନ ଆର୍ମି  ପକ୍ଷରୁ ମ୍ୟାମାରରେ ଅନେକ ଗଣହତ୍ୟା କରାଯାଇଛି ।  ଗୋଟିଏ ଘଟଣାରେ ପ୍ରାୟ  ୬୯ ଜଣ ହିନ୍ଦୁଙ୍କୁ ଅପହରଣ କରି ସେମାନଙ୍କୁ ହତ୍ୟା କରିଥିଲେ । ମ୍ୟାମାରର  ରାଖିନ  ପ୍ରଦେଶରେ  ଥିବା ଆ-ନୋକ-ଖା-ମୋଙ୍ଗ  ନାମକ ଏକ ଗାଁ ରେ  ଆରାକାନ ରୋହିଙ୍ଗ୍ୟା ସାଲଭେସନ ଆର୍ମି  ପକ୍ଷରୁ ଗାଁରେ ଥିବ ୬୯ ଜଣ ହିନ୍ଦୁଙ୍କୁ ଅପହରଣ କରି ନିଆଯାଇଥିଲା ।  ସେମାନଙ୍କ ଆଖିରେ ପଟି ବାନ୍ଧି ଅତି ନିର୍ମମ ଭାବେ ବନ୍ଧୁକ, ଛୁରୀ ଅଥବା ଲୁହା ରଡ ଦ୍ୱାରା ସେମାନଙ୍କୁ ହତ୍ୟା କରାଗଲା । ଯେଉଁମାନେ ଇସଲାମ ଧର୍ମ ଗ୍ରହଣ କରିବାକୁ  ରାଜି ହେଲେ ସେମାନଙ୍କୁ ଛାଡି ଦିଆଗଲା ।  ଫଳରେ ମାତ୍ର ୧୬ ଜଣ ବଞ୍ଚିପାରିଥିଲେ ।

 

 

 

 

 

ସମ୍ବନ୍ଧିତ ଖବର