ଚୀନ୍‌ ସହ ଯୁଦ୍ଧ କଲେ ହାରିଯିବ ଆମେରିକା; କହିଲା ଆମେରିକାନ୍‌ କଂଗ୍ରେସ ଦ୍ୱାରା ନିଯୁକ୍ତ କମିଶନ

ଓ୍ଵାଶିଂଟନ୍‌: ଯଦି ଏବେ ଚୀନ୍‌ ସହ ଆମେରିକାର ଯୁଦ୍ଧ ହୁଏ ତେବେ ଆମେରିକା ଶୋଚନୀୟ ଭାବେ ପରାଜିତ ହେବ। ଖାଲି ଚୀନ୍‌ ନୁହେଁ ଋଷିଆ ବିରୋଧରେ ମଧ୍ୟ ଆମେରିକା ତିଷ୍ଠିବ ନାହିଁ। ଋଷିଆ ମଧ୍ୟ ପରାଜିତ କରିବ ଶକ୍ତିଶାଳୀ ଆମେରିକାକୁ। ଏକଥା ବା ଏପ୍ରକାରର ଭବିଷ୍ୟବାଣୀ ଆଉ କେହି ନୁହେଁ; ବରଂ ଖୋଦ୍‌ ୟୁଏସ୍‌ କଂଗ୍ରେସ ପକ୍ଷରୁ ନିଯୁକ୍ତ କମିଶନ ପୁଙ୍ଖାନୁପୁଙ୍ଖ ସମୀକ୍ଷା କଲାପରେ ଏପରି ଆଶଙ୍କା ବ୍ୟକ୍ତ କରି ନିଜର ରିପୋର୍ଟ ଉପସ୍ଥାପିତ କରିଛି।

ଓ୍ଵାଶିଂଟନ୍‌ ପୋଷ୍ଟରେ ପ୍ରକାଶିତ ରିପୋର୍ଟ ଅନୁଯାୟୀ, ଏପରିସ୍ଥିତିରେ ଆମେରିକୀୟ ମିଲିଟାରିର ପୁନର୍ଗଠନର ଆବଶ୍ୟକତା ରହିଛି, ଯାହା ଫଳରେ କି ସେ ଚୀନ୍‌ ଓ ଋଷିଆକୁ ସାମନା କରିବାକୁ ସମର୍ଥ ହୋଇପାରିବ ବୋଲି କମିଶନ ଦେଇଥିବା ରିପୋର୍ଟରେ ଉଲ୍ଲେଖ କରିଛନ୍ତି। ଯଦି ବର୍ତ୍ତମାନର ପରିସ୍ଥିତିରେ ଆମେରିକା ଚୀନ୍‌ କିମ୍ବା ଋଷିଆ ସହ ଯୁଦ୍ଧ କରେ ତେବେ ଆମେରିକୀୟ ସୈନ୍ୟମାନଙ୍କୁ ଜୀବନକୁ ବାଜି ଲଗାଇ ଯୁଦ୍ଧ କରିବାକୁ ପଡ଼ିବ। ତଥାପି ବିଜୟ ଲାଭ ବହୁ ଦୂରରେ ରହିବ। ରାଷ୍ଟ୍ରପତି ଟ୍ରମ୍ପଙ୍କ ସମୟରେ ଆମେରକାର ମିଲିଟାରି ଓ ପ୍ରତିରକ୍ଷା ନୀତି ଦୁର୍ବଳ ହୋଇ ଚାଲିଥିବା ବେଳେ ଚୀନ୍‌ ଓ ଋଷିଆର ମିଲିଟାରି ପ୍ରତରକ୍ଷା ନୀତି ଦୃଢ଼ରୁ ଦୃଢ଼ତର ହୋଇଚାଲିଛି। ଖାଲି ଏତିକି ନୁହେଁ ଉଭୟ ଦେଶ ନିଜ ନିଜ ଅଞ୍ଚଳରେ ମଧ୍ୟ ନିଜର ସାମରିକ ଶକ୍ତିକୁ ଆଶାତୀତ ଭାବେ ବୃଦ୍ଧି କରିବାରେ ସମର୍ଥ ହୋଇଛନ୍ତି ବୋଲି କମିଶନ କହିବା ସହ ଆମେରିକାର ମିଲିଟାରି ଓ ପ୍ରତିରକ୍ଷା ନୀତିକୁ ସୁଦୃଢ଼ କରିବା ପାଇଁ ୩୨ଟି ପ୍ରସ୍ତାବ ମଧ୍ୟ ଦେଇଛନ୍ତି।

ସମ୍ବନ୍ଧିତ ଖବର