ଏଚ୍‌-୧.ବି ଭିସା ନିୟମରେ ପରିବର୍ତ୍ତନ ଫଳରେ ଭାରତୀୟ ଆଇ.ଟି.କଂପାନୀଗୁଡିକ ଉପରେ ପ୍ରତିକୂଳ ପ୍ରଭାବ ପଡିବ

ନୂଆଦିଲ୍ଲୀ: ଆମେରିକାର ରାଷ୍ଟ୍ରପତି ଡୋନାଲଡ୍‌ ଟ୍ରଂପ୍‌ କହିଛନ୍ତି ଯେ ଆଗାମୀ ଜାନୁଆରୀ ମାସ ସୁଦ୍ଧା ଏଚ୍‌-୧.ବି ଭିସା ଅନୁଯାୟୀ ରୋଜଗାର ଓ ସ୍ୱତନ୍ତ୍ରତା ବ୍ୟବସାୟ ଗୁଡିକର ପରିଭାଷାକୁ ସଂଶୋଧିତ କରିବାର ଯୋଜନା କରାଯାଇଛି। ଏହି ପଦକ୍ଷେପ ଫଳରେ ଆମେରିକାର ଭାରତୀୟ ଆଇ.ଟି.କଂପାନୀ ଗୁଡିକ ଉପରେ ପ୍ରତିକୂଳ ପ୍ରଭାବ ପକାଇବ। ଅଧିକାଂଶ କ୍ଷୁଦ୍ର ଓ ମଧ୍ୟମ ଆକାରର ଠିକା କଂପାନି ଗୁଡିକରରେ ଭାରତୀୟ-ଆମେରିକୀ ପ୍ରଭୁତ୍ୱ ରହିଛି।
ଭାରତୀୟ ଆଇଟି ପ୍ରଫେସନାଲ ମାନଙ୍କ ମଧ୍ୟରେ ସବୁଠାରୁ ଅଧିକ ଚାହିଦା ଭିସା ଭିତରୁ ଏଚ୍‌-୧ ଭିସା ଏକ ଅଣ ଅପ୍ରବାସୀ ଭିସା,ଯାହା ଆମେରିକା କଂପାନିଗୁଡିକ ବିଶେଷ ବ୍ୟବସାୟ ଗୁଡିକରେ ବିଦେଶୀ ଶ୍ରମିକମାନଙ୍କୁ ରୋଜଗାର ଦେବାର ଅନୁମତି ଦେଇଥାଏ।
ଗୃହ ଭୂମି ସୁରକ୍ଷା ବିଭାଗ(ଡିଏଚଏସ୍‌) ପକ୍ଷରୁ କୁହାଯାଇଛି ଯେ ଆମେରିକୀ ନାଗରିକତା ଓ ଅପ୍ରବାସନ ସେବା ଜାନୁଆରି ୨୦୧୯ ଯାଏଁ ନୂଆ ପ୍ରସ୍ତାବ ସହିତ କାର୍ଯ୍ୟକାରୀ ହେବ।
ଏଥିରେ ଆମେରିକୀ ଶ୍ରମିକମାନଙ୍କୁ ଉନ୍ନତମାନର ସୁରକ୍ଷା,ରୋଜଗାର ଓ ନିଯୁକ୍ତିଦାତା-କର୍ମଚାରୀ ସଂପର୍କର ପରିଭାଷାକୁ ସଂଶୋଧିତ କରାଯିବ। ପକ୍ଷରୁ ଆହୁରି ମଧ୍ୟ କୁହାଯାଇଛି ଯେ ପତି ପତ୍ନୀଙ୍କୁ ରୋଜଗାର ପ୍ରାଧିକରଣ ପାଇଁ ପାତ୍ର ଏଲି ଆନ୍‌ସର ଶ୍ରେଣୀ ରୂବେ ହଟାଇବାର ମଧ୍ୟ ପ୍ରସ୍ତାବ ଦିଆଯାଇଥିଲା।
ଏଚ୍‌୧-ବି ଭିସାରେ କଂପ୍ରେସ୍‌ ଦ୍ୱାରା ନିଶ୍ଚିତ ରୂପେ ପ୍ରତ୍ୟେକ ଆର୍ଥିକ ବର୍ଷରେ ୬୫ ହଜାର ଭିସାର ବାର୍ଷିକ ସଂଖ୍ୟାତ୍ମକ ସୀମା ରହିଛି। ଏକ ଏଚ୍‌-୧ ବି ପ୍ରବାସୀ ରୂପେ ଆବେଦନକାରୀ ତିନି ବର୍ଷ ଯାଏଁ ପ୍ରବେଶ କରିପାରନ୍ତି। ତେବେ ଏହି ଅବଧି ଛଅ ବର୍ଷରୁ ଆଗକୁ ଯାଇ ନ ପାରେ। ଏହି ଏଚ୍‌-୧ ବି ଭିସାର ଚାହିଦାକୁ ଲକ୍ଷ୍ୟରେ ରଖାଯାଇ ଇଲେକ୍ରୋଟିକ୍‌ ପଂଜିକରଣ କାର୍ଯ୍ୟକ୍ରମକୁ ସ୍ଥାପିତ କରାଯିବାର ପ୍ରସ୍ତାବ ଦିଆଯାଇଛି। ଏହି ପ୍ରକ୍ରିୟାରେ ସେବନ ଓ ଲଟେରିକୁ ଅଧିକ କୁଶଳତା ସହିତ ସଞ୍ଚାଳନର ଅନୁମତି ଦିଆଯିବ।


ଏହି ପଦକ୍ଷେପ ଫଳରେ ଭାରତୀୟ ମହିଳାମାନଙ୍କ ଉପରେ ବଡଧରଣର ପ୍ରଭାବ ପଡିବ,କାରଣ ସେମାନେ ଓବାମା- ଯୁଗର ଶାସନର ପ୍ରମୁଖ ଲାଭାର୍ଥୀ ହେଉଛନ୍ତି।

ସମ୍ବନ୍ଧିତ ଖବର