ଆମେ ଯେଉଁମାନଙ୍କୁ ଆତଙ୍କବାଦୀ ଆଖ୍ୟା ଦେଇଛୁ, ପାକିସ୍ତାନରେ ସେମାନେ ନିର୍ବାଚନ ଲଢୁଛନ୍ତି : ଆମେରିକା

ଓ୍ଵାସିଂଟନ: ପାକିସ୍ତାନରେ ଆସନ୍ତା ୨୫ ତାରିଖରେ ସାଧାରଣ ନିର୍ବାଚନ ହେବ । ଏଥର ନିର୍ବାଚନରେ ତୀବ୍ର ପ୍ରତିଦ୍ୱନ୍ଦିତା ମୂଳକ ହେବାକୁ ଯାଉଛି । କିନ୍ତୁ ଏଥରର ଏକ ନିଆରା କଥା ହେଉଛି ନିର୍ବାଚନରେ ଅନେକ ଆତଙ୍କବାଦୀ ଛିଡା ହୋଇଛନ୍ତି । ଏହାକୁ ନେଇ ଆମେରିକା, ୟୁରୋପୀୟ ସଂଘ, ଜାପାନ ଆଦି ଦେଶ ଚିନ୍ତା ପ୍ରକଟ କରିଛନ୍ତି । ଆମେରିକା ପକ୍ଷରୁ କୁହାଯାଇଛି ଯେ ଅନ୍ତର୍ଜାତୀୟ ସ୍ତରରେ ନିଷିଦ୍ଧ ଘୋଷିତ ଆତଙ୍କବାଦୀ ସଂଗଠନ ଲସ୍କର-ଇ-ତୋଇବା ସଦସ୍ୟମାନଙ୍କୁ ପାକିସ୍ତାନରେ ମୁଖ୍ୟ ରାଜନୈତିକ ଦଳମାନେ ଟିକେଟ ଦେଉଛନ୍ତି । ଏ ନେଇ ଆମେରିକା ନିଜର ଚିନ୍ତା ଇସ୍ଲାମାବାଦକୁ ଜଣାଇଦେଇଛି । ସେହିପରି ୟୁରୋପୀୟ ସଂଘ ମଧ୍ୟ କହିଛି ଯେ ଆଗାମୀ ନିର୍ବାଚନ ମୁକ୍ତ ଓ ଅବାଧ ହେବା ଆବଶ୍ୟକ । ସେହିପରି ଜାପାନ ମଧ୍ୟ ଏ ନେଇ ଚିନ୍ତା ପ୍ରକଟ କରିଛି ।

ସୂଚନାଯୋଗ୍ୟ ଏଥର ନିର୍ବାଚନରେ ପୂର୍ବାପେକ୍ଷା ଏଥର ସର୍ବାଧିକ ସଂଖ୍ୟକ କଠୋରପନ୍ଥୀ ଇସ୍ଲାମୀୟ ଦଳମାନେ ପ୍ରାର୍ଥୀ ଦେଇଛନ୍ତି । ଏମାନଙ୍କ ମଧ୍ୟରେ ଅନ୍ୟତମ ହେଉଛି ତେହେରିକ ଲବାଇକ ପାକିସ୍ତାନ (ଟିଏଲପି) । ଏହି ଦଳ ସମୁଦାୟ ୧୫୨ଟି ପ୍ରାର୍ଥୀ ଛିଡା କରିଛି । ଏହି ଦଳର ମୁଖ୍ୟ ପ୍ରତିଶ୍ରୁତି ହେଉଛି ପାକିସ୍ତାନରେ ଧର୍ମୀୟ କାନୁନକୁ ଅଧିକ କଠୋର କରିବା । ବିଶେଷକରି ବ୍ଲାସଫେମି (ଇଶ୍ୱରନିନ୍ଦା) ଆଇନକୁ କଠୋର କରିବାକୁ ଏହି ଦଳ ନିଜର ନିର୍ବାଚନୀ ପ୍ରତିଶ୍ରୁତି ରଖିଛି । ଆଉ ଏକ ଦଳ ମୈଦାନରେ ଓହ୍ଲାଇଛି ତାହା ହେଉଛି ଆଲ୍ଲା-ହୁ ଆକବର ତେହେରିକ । ଏହା ପାକିସ୍ତାନର ଏକ ଛୋଟ ଦଳ ହେଲେ ମଧ୍ୟ ଏହି ଦଳ ଅଧିନରେ ହିଁ ନିର୍ବାଚନ ଲଢୁଛି ଅନ୍ତର୍ଜାତୀୟ ଆତଙ୍କବାଦୀ ହାଫିଜ ସଇଦ୍‌ ।

ସମ୍ବନ୍ଧିତ ଖବର