ନୂଆଦିଲ୍ଲୀ : ଭାରତ ଓ ଆମେରିକା ମଧ୍ୟରେ ବାଣିଜ୍ୟ ଯୁଦ୍ଧ ଦିନକୁ ଦିନ ଅଧିକ ଗଭୀର ହେବାରେ ଲାଗିଛି । ଆଜି ଆମେରିକା ସରକାର ଭାରତ ସରକାରଙ୍କୁ ସୂଚୀତ କରିଛନ୍ତି ଯେ ଆଗାମୀ ଦିନରେ ଏଚ-୧ବି ଭିସା ଉପରେ କଟକଣା ଲଗାଯାଇପାରେ । ଯେଉଁ ଦେଶମାନେ ବିଦେଶୀ କମ୍ପାନିମାନଙ୍କୁ ନିଜ ଦେଶରେ ଡାଟା ଷ୍ଟୋର କରିବାକୁ ବାଧ୍ୟ କରୁଛନ୍ତି ସେମାନଙ୍କ ଉପରେ ଏହି କଟକଣା ଲାଗୁ ହେବ ।
ଆମେରିକା ଏହି ପଦକ୍ଷେପ ନେଲେ ଭାରତୀୟ ଆଇଟି କମ୍ପାନିମାନେ ବିଶେଷଭାବେ ପ୍ରଭାବିତ ହେବାର ଆଶଙ୍କା ରହିଛି । କାରଣ ଆମେରିକା ବର୍ଷକୁ ପ୍ରାୟ ୮୫୦୦୦ ଏଚଆଇବି ଭିସା ଜାରି କରିଥାଏ । ଏହାର ୭୦ ପ୍ରତିଶତ ଭାରତୀୟ ମାନେ ପାଇଥାନ୍ତି । ଏହି ଧରଣର ଭିସା ବ୍ୟବହାର କରି ଭାରତୀୟ ଆଇଟି ପ୍ରୋଫେସନାଲମାନେ ଆମେରିକା ଯାଇଥାଆନ୍ତି । ଆମେରିକା ଏହି ଭିସା କଟକଣା ନିୟମ ଭାରତକୁ ଟାର୍ଗେଟ କରି କରିନଥିଲେ ମଧ୍ୟ ଏହାର ସିଧାସଳଖ ପ୍ରଭାବ ଭାରତୀୟ ଆଇଟି ଶିଳ୍ପ ଉପରେ ପଡିବ ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2019/06/H1B-Visa.jpg)