ହଙ୍ଗ୍ କଙ୍ଗ୍ ଘଟଣା ପାଇଁ ଏ ସପ୍ତାହରେ ଚୀନ୍ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବ ଆମେରିକା: ଟ୍ରମ୍ପ୍

ୱାସିଂଟନ୍: ହଙ୍ଗ୍ କଙ୍ଗ୍‌ରେ ଜାତୀୟ ନିରାପତ୍ତା ଆଇନ ପ୍ରଣୟନ କରିବାକୁ ଉଦ୍ୟମ କରୁଥିବାର କାରଣରୁ ଚୀନ୍ ବିରୋଧରେ ଯୁକ୍ତରାଷ୍ଟ୍ର ଆମେରିକା ଏ ସପ୍ତାହରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ପ୍ରସ୍ତୁତି ଚଳାଇଥିବା କଥା ରାଷ୍ଟ୍ରପତି ଟ୍ରମ୍ପ୍ କହିଛନ୍ତି।

ହଙ୍ଗ୍ କଙ୍ଗ୍‌ରେ କାର୍ଯ୍ୟକଳାପ ଯୋଗୁଁ ଚୀନ୍‌ ଉପରେ କଟକଣା ଲାଗୁ କରିବେ କି, ବୋଲି ହ୍ବାଇଟ୍ ହାଉସ୍‌ରେ ସାମ୍ବାଦିକମାନେ ପଚରିବାରୁ ଟ୍ରମ୍ପ୍ କହିଲେ, ଆମେ ଏବେ ପ୍ରସ୍ତୁତି କରୁଛୁ। ଆପଣମାନଙ୍କୁ ତାହା କୌତୂହଳପ୍ରଦ ଲାଗିବ। କିନ୍ତୁ, ଆଜି ମୁଁ ଏ ବିଷୟରେ କିଛି କହିବି ନାହିଁ।

Image Courtesy: The Sydney Morning Herald

ଦ୍ବିତୀୟ ପ୍ରଶ୍ନର ଉତ୍ତର ଦେଇ ଟ୍ରମ୍ପ୍ କହିଲେ, ଏ ସପ୍ତାହ ଶେଷ ହେବା ଆଗରୁ ଆପଣମାନେ ସେ କଥା ଶୁଣି ପାରିବେ। କାର୍ଯ୍ୟାନୁଷ୍ଠାନ ଖୁବ୍ କଠୋର ବୋଲି ମୋର ମନେହୁଏ।

ଏଠାରେ ପ୍ରକାଶଯୋଗ୍ୟ କି, ହଙ୍ଗ୍ କଙ୍ଗ୍‌ରେ ଜାତୀୟ ନିରାପତ୍ତା ଆଇନ ପ୍ରଣୟନ ଏବଂ ଚୀନ୍‌ର ଜାତୀୟ ସଙ୍ଗୀତକୁ ଅସମ୍ମାନ ପ୍ରଦର୍ଶନ କରିବା ଅପରାଧ ବୋଲି ଚୀନ୍ ପ୍ରଣୟନ କରିବାକୁ ଉଦ୍ୟମ କରୁଥିବା ଆଇନକୁ ବିରୋଧ କରି ହଜାର ହଜାର ବିକ୍ଷୋଭକାରୀ ଆନ୍ଦୋଳନ ଆରମ୍ଭ କରିଛନ୍ତି। ସେମାନେ କହୁଛନ୍ତି ଏହି ଆଇନ୍ ହଙ୍ଗ୍ କଙ୍ଗ୍‌ର ରାଜନୈତିକ ସ୍ବାଧୀନତାର ଅବସାନ ଘଟାଇବ।

ସମ୍ବନ୍ଧିତ ଖବର