ଆଣ୍ଡାମାନ ଦ୍ୱୀପରେ ଆମେରିକୀୟ ପର୍ଯ୍ୟଟକଙ୍କୁ ହତ୍ୟା କଲେ ଆଦିମ ଜନଜାତି, ୭ ଜଣ ଗିରଫ

ନୂଆଦିଲ୍ଲୀ: ଆଣ୍ଡାମାନ ଏବଂ ନିକୋବର ଦ୍ୱୀପରେ ଜଣେ ଆମେରିକୀୟଙ୍କୁ ବାହ୍ୟଜଗତ୍‌ ସଂସ୍ପର୍ଶକୁ ପ୍ରତିରୋଧ କରୁଥିବା ଏକ ଜନଜାତି ହତ୍ୟା କରିଥିବା କୁହାଯାଉଛି।

ନିହତ ଆମେରିକୀୟଜଣକ ହେଉଛନ୍ତି ୨୩ ବର୍ଷିୟ ଜନ୍‌ ଆଲେନ୍‌ ଚାଉ। ଅଭିଯୁକ୍ତ ପ୍ରକୃତ ହତ୍ୟାକାରୀମାନେ ଏବେ ଚିହ୍ନା ପଡ଼ିନାହାନ୍ତି। ପୁଲିସ ନରହତ୍ୟା ମାମଲା ରୁଜୁ କରିଛି।

ଆଣ୍ଡାମାନ ଦ୍ୱୀପର ଅଂଶବିଶେଷ ଉତ୍ତର ସେଣ୍ଟିନେଲ୍‌ ଦ୍ୱୀପରେ ଚାଉଙ୍କୁ ହତ୍ୟା କରାଯାଇଛି। ହତ୍ୟାକାଣ୍ଡରେ ସମ୍ପୃକ୍ତଙ୍କ ମଧ୍ୟରୁ ୭ ଜଣଙ୍କୁ ଗିରଫ କରାଯାଇଛି।

ଚାଉ ହେଉଛନ୍ତି ଜଣେ ଧର୍ମଯାଜକ ଏବଂ ଖ୍ରୀଷ୍ଟଧର୍ମର ପ୍ରଚାର ପାଇଁ ସେ ସେଣ୍ଟିନେଲୀୟମାନଙ୍କୁ ଭେଟିବାକୁ ଚାହୁଁଥିଲେ।

ଅତୀତରେ ଚାଉ ୫ ଥର ଆଣ୍ଡାମାନ ଏବଂ ନିକୋବର ଦ୍ୱୀପ ଗସ୍ତ କରିଛନ୍ତି। ଖ୍ରୀଷ୍ଟଧର୍ମ ପ୍ରଚାର ପାଇଁ ସେଣ୍ଟିନେଲୀୟ ଜନଜାତିଙ୍କୁ ଭେଟିବା ନିମନ୍ତେ ତାଙ୍କର ଭାରି ଇଚ୍ଛା ଥିଲା।

କିଛି କେଉଟଙ୍କ ସହାୟତାରେ ୫ ଦିନ ତଳେ ଚାଇ ଉତ୍ତର ସେଣ୍ଟିନେଲ୍‌କୁ ଯାଇଥିଲେ।

ମଙ୍ଗଳବାର ସନ୍ଧ୍ୟାରେ ଏକ ନରହତ୍ୟା ମାମଲା ରୁଜୁ କରାଯାଇଛି।

ଜନସଂଖ୍ୟାରେ ୫୦ କମ୍‌ ଥିବା ସେଣ୍ଟିନେଲୀ ଲୋକଙ୍କୁ ଭାରତୀୟ ଆଇନ ସୁରକ୍ଷା ଦିଏ। ସେମାନେ ଟଙ୍କା ବ୍ୟବହାର କରନ୍ତି ନାହିଁ। ଅଦାଲତରେ ସେମାନଙ୍କର ବିଚାର କରାଯାଇ ପାରିବ ନାହିଁ। ସେମାନଙ୍କ ସହ କୌଣସି ପ୍ରକାର ଯୋଗାଯୋଗ ଏବଂ ସେମାନଙ୍କ ବାସସ୍ଥଳୀକୁ ପ୍ରବେଶ କରିବା ବେଆଇନ୍‌ ଅଟେ।

ସେମାନଙ୍କର ଫଟୋ ଉଠାଇବା ବି ନିଷିଦ୍ଧ କରାଯାଇଛି।

ସମ୍ବନ୍ଧିତ ଖବର