ପାକିସ୍ଥାନକୁ ଝଟକା: ଋଣ ପରିଶୋଧ ପାଇଁ ଆଇଏମଏଫ ସହାୟତାକୁ ଆମେରକାର ବିରୋଧ

 

ଓ୍ଵାସିଂଟନ: ନିକଟରେ ପାକିସ୍ତାନରେ ସାଧାରଣ ନିର୍ବାଚନ ଅନୁଷ୍ଠିତ ହୋଇଯାଇଛିି। ପାକିସ୍ତାନର ଜାତୀୟ ଆସେମ୍ଲିରେ ସଂଖ୍ୟା ଗରିଷ୍ଠ ଦଳ ଭାବେ ଇମ୍ରାନ ଖାଁଙ୍କ ପିଟିଆଇ ଦଳ ଦେଶରେ କ୍ଷମତାସୀନ ହେବାକୁ ଯାଉଛି। ତେବେ ଏ ସମସ୍ତ ବ୍ୟବସ୍ଥା ମଧ୍ୟରେ ଆସନ୍ତା ୧୧ ତାରିଖ ଦିନ କ୍ରିକେଟିୟରରୁ ରାଜନେତା ପାଲଟିଥିବା ଇମ୍ରାନ ଖାଁ ପାକିସ୍ତାନର ପ୍ରଧାନମନ୍ତ୍ରୀ ଭାବେ ଶପଥ ନେବାର କାର୍ଯ୍ୟକ୍ରମ ରହିଛିି। ଏହି ସମୟ ମଧ୍ୟ ଯାହା ପାକିସ୍ତାନକୁ ସବୁଠାରୁ ଅଧିକ ବିଚଳିତ କରିଛି ତାହା ହେଉଛି ପାକିସ୍ତାନର ଆର୍ଥିକ ସ୍ଥିିତି। ପାକିସ୍ତାନର ଆର୍ଥିକ ଅବସ୍ଥା ଏକ ରକମଦେବାଳିଆ ଅବସ୍ଥାକୁ ଆସି ଯାଇଥିବାରୁ ବିଶେଷ କରି ଚୀନ୍‌ର ଋଣ ପରିଶୋଧ କରିବାକୁ ପାକିସ୍ତାନ ଇଣ୍ଟରନ୍ୟାସନାଲ ମନିଟାରି ଫଣ୍ଡ( ଆଇଏମଏଫ) ଠାରୁ ଆର୍ଥିକ ସହାୟତା ପାଇଁ ଆଖେଇଛି । ମାତ୍ର ପାକିସ୍ତାନର ନୂଆ ପ୍ରଧାନମନ୍ତ୍ରୀ ଦାୟିତ୍ୱ ନେବା ପୂର୍ବରୁ ଇମଆନ ଖାଁଙ୍କୁ ଝଟକ୍‌ା ଲାଗିଛି। ୟୁଏସ ସେକ୍ରେଟାରି ଅଫ ଷ୍ଟେଟ୍ସ ମାଇକ ପମ୍ପେଓ ସ୍ପଷ୍ଟ ଭାବେ କହିଛନ୍ତି ଯେ ଆମେରିକା ଆଇଏମଏଫର କାର୍ଯ୍ୟ ଉପରେ କଡ଼ା ନଜର ରଖିଛିି। ଚୀନର ଋଣଭାରରୁ ପାକିସ୍ତାନକୁ ମୁକ୍ତି କରିବା ପାଇଁ ଯେପରି କୌଣସି ପଦକ୍ଷେପ ନ ନିଏ ସେଥିପାଇଁ ମାଇକ ପମ୍ପେଓ ଆଇଏମଏଫକୁ ସତର୍କ କରି ଦେଇଛନ୍ତି।
ଏକ ଘରୋଇ ଚାନେଲକୁ ସାକ୍ଷାତକାରଦେଇ ପମ୍ପେଓ କହିଛନ୍ତିି ଯେ ଆକେରିକା ପାକିସ୍ତାନର ନୂଆ ସରକାର ସହିତ ସୁସମ୍ପର୍କ
ସ୍ଥାପନ ପାଇଁ ଆଗ୍ରହୀ। କିନ୍ତୁ ଏହାର ଅର୍ଥ ନୁହେଁ ଏଥିପାଇଁ ପାକିସ୍ତାନ ଚୀନ ଠାରୁ ନେଇ ଥିବା ଋଣ ପରିଶୋଧ ପାଇଁ ଆଇଏମଏଫକୁ ବ୍ୟବହାର କରିବା ପାଇର୍ ଆମେରିକା ପାକିସ୍ତାନକୁ ସୁଯୋଗ ଦେବ। ସୂଚନାଯୋଗ୍ୟ ଯେ ପାକିସ୍ତାନର ଅଧିକାରୀମାନେ ଆଇଏମଏଫ ଠାରୁ ପାକିସ୍ତାନ ୧୨ ବିଲୟନ ଡଲାର ଋଣ ନେଇ ଚୀନର ଋଣ ପରିଶୋଧ କରିବା ସହିତ ତାର ଆର୍ଥିକ ଦେବାଳିଆସ୍ଥିତିକୁ ବର୍ତ୍ତିବା ପାଇଁ ଇମ୍ରାନ ଖାଁଙ୍କୁ ପରାମର୍ଶ ଦେଉଛନ୍ତି। ଏ ସମ୍ପର୍କିତ ରିପୋର୍ଟ ଆସିବା ପରେ ଆମେରିକା ପକ୍ଷରୁ ଏପରି କଡ଼ା ବିରୋଧ ଆସିଛି।

ସମ୍ବନ୍ଧିତ ଖବର