ଭାରତ-ଆମେରିକା ପ୍ରତିରକ୍ଷା ସମ୍ପର୍କ ସୁଦୃଢ଼ ହେବ

ୱାସିଂଟନ୍‌: ଆମେରିକା ଓ ଭାରତ ମଧ୍ୟରେ ପ୍ରତିରକ୍ଷା ସମ୍ପର୍କ ଆହୁରି ସୁଦୃଢ଼ ହେବ। ଏଥିପାଇଁ ଉଭୟ ରାଷ୍ଟ୍ର ମଧ୍ୟରେ ସହମତି ପ୍ରକାଶ ପାଇଛି। ‌ପ୍ରତିରକ୍ଷା ମନ୍ତ୍ରୀ ନିର୍ମଳା ସୀତାରମଣଙ୍କ ଗସ୍ତ ବେଳେ ଏ ନେଇ ଆଲୋଚନା ହୋଇଛି। ଆମେରିକା ପ୍ରତିରକ୍ଷା ସଚିବ ଜେମ୍‌ସ ଏନ୍‌ ମାଟିସ୍‌ ଏଥିପାଇଁ ସବୁଜ ସଂକେତ ଦେଇଛନ୍ତି। ତେବେ ରୁଷ୍‌ ସହ ଭାରତର ଏସ୍‌-୪୦୦ ମିସାଇଲ୍‌ ଚୁକ୍ତି ବାବଦରେ ଆମେରିକା ପକ୍ଷରୁ ନକାରାତ୍ମକ ଟିପ୍ପଣୀ ଦିଆଯାଇନାହିଁ। ଏ ନେଇ ମାଟିସ୍‌ କହିଛନ୍ତି, ଏସ୍‌-୪୦୦ ଚୁକ୍ତି ପ୍ରସଙ୍ଗରେ ଥିବା ସମସ୍ତ ଦିଗ ଉପରେ ଉଭୟ ପକ୍ଷ ଆଲୋଚନା କରିବେ। ଶୀଘ୍ର ଏହି ପ୍ରସଙ୍ଗର ସମାଧାନ ହେବ ବୋଲି ସେ କହିଛନ୍ତି।

ସମ୍ବନ୍ଧିତ ଖବର