ଫିଫା ବିଶ୍ୱକପ୍‌ ସମୟରେ ରୁଷିଆ ନଯିବାକୁ ନିଜ ଦେଶର ନାଗରିକଙ୍କୁ ଚେତାବନୀ ଦେଲା ଆମେରିକା

ଓ୍ଵାସିଙ୍ଗଟନ୍‌: ଆମେରିକା ସରକାର ନିଜ ଦେଶର ନାଗରିକଙ୍କୁ ରୁଷିଆରେ ଚାଲିଥିବା ଫିଫା ବିଶ୍ୱକପ୍‌ ସମୟରେ ଆତଙ୍କବାଦୀ ଆକ୍ରମଣ ହୋଇପାରେ ବୋଲି ଚେତାବନୀ ଦେଇଛି। ଆମେରିକା ବିଶ୍ୱ କପ୍‌ ସମୟରେ ଆକ୍ରମଣ ଆଶଙ୍କା କରି ନିଜ ଦେଶର ନାଗରିକଙ୍କୁ ରୁଷିଆ ଯିବା ନେଇ ୨ଥର ବିଚାର କରିବ ବୋଲି କହିଛି। ଗଣମାଧ୍ୟମର ରିପୋର୍ଟ ଅନୁସାରେ ବିଦେଶ ବିଭାଗ ଶୁକ୍ରବାର ଏକ ପରାମର୍ଶରେ କହିଛି, ବିଶ୍ୱ କପ୍‌ ଭଳି ବଡ଼ ଆୟୋଜନରେ ଆତଙ୍କବାଦୀ ଆକ୍ରମଣ ହୋଇପାରେ।

ପରାମର୍ଶରେ କୁହାଯାଇଛି ଯେ, ବିଶ୍ୱକପ୍‌ରେ ସୁରକ୍ଷା ବ୍ୟବସ୍ଥା କଡ଼କଡ଼ି ଅଛି କିନ୍ତୁ ଆତଙ୍କବାଦୀ ଷ୍ଟାଡିୟମ, ପ୍ରଶଂସକଙ୍କ ସ୍ଥାନ, ପର୍ଯର୍୍ୟଟନ ସ୍ଥଳ, ଯାତାୟତ ସ୍ଥଳ ତଥା ଅନ୍ୟ ସ୍ଥାନକୁ ଟାର୍ଗେଟ କରି ପାରନ୍ତି ବୋଲି ବୟାନରେ କୁହାଯାଇଛି। ଆତଙ୍କବାଦୀମାନେ ବିନା କୌଣସି ଚେତାବନୀରେ କୌଣସି ବି ସ୍ଥାନକୁ ଆକ୍ରମଣ କରିପାରନ୍ତି। ସମସ୍ତ କାରଣକୁ ଦୃଷ୍ଟିରେ ରଖି ଆମେରିକା ଏହି ସମୟରେ ରୁଷିଆକୁ ଆଲର୍ଟ ସ୍ତରରେ ରଖିଛି। ଏହା ବ୍ୟତୀତ ପାକିସ୍ତାନ, କ୍ୟୁବା, ତୁର୍କୀ ଆଦି ଦେଶରେ ମଧ୍ୟ ଆତଙ୍କବାଦୀ ଆକ୍ରମଣ ହୋଇପାରେ।

ସମ୍ବନ୍ଧିତ ଖବର