ସବୁଠୁ ବଡ଼ ସମରାଭ୍ୟାସ କରିବ ରୁଷ

ମସ୍କୋ: ରୁଷ ଆସନ୍ତା ମାସ ଏହାର ସବୁଠୁ ବଡ଼ ସମରାଭ୍ୟାସ ଆୟୋଜନ କରିବ। ଏଥିରେ ପ୍ରାୟ ୩ ଲକ୍ଷ ସେନା ଏବଂ ୧,୦୦୦ ଯୁଦ୍ଧ ବିମାନ ସାମିଲ ହେବ। ମଙ୍ଗଳବାର ଦେଶର ପ୍ରତିରକ୍ଷା ମନ୍ତ୍ରୀ ଏହି ସୂଚନା ଦେଇଛନ୍ତି। ଏହି ସମରାଭ୍ୟାସ ‘ବୋଷ୍ଟକ୍‌ ୨୦୧୮’ ସେପ୍ଟେମ୍ବର ୧୧ରୁ ୧୫ ଯାଏ ଅନୁଷ୍ଠିତ ହେବ ଏବଂ ଏଥିରେ ଚୀନ୍‌ ଓ ମଙ୍ଗୋଲିଆ ଅଂଶଗ୍ରହଣ କରିବେ। ଦେଶର ପୂର୍ବ ଭାଗରେ ଏହି ବିଶାଳ ସମରାଭ୍ୟାସ କରାଯିବ।

ସମ୍ବନ୍ଧିତ ଖବର