ଉତ୍ତରକୋରିଆ ସେନାମୁଖ୍ୟଙ୍କୁ ମୃତ୍ୟୁଦଣ୍ଡ

ପ୍ୟୋଙ୍ଗୟାଙ୍ଗ: ଲାଞ୍ଚ ନେବା ଅଭିଯୋଗରେ ଉତ୍ତରକୋରିଆ ସେନାଧ୍ୟକ୍ଷଙ୍କୁ ମୃତ୍ୟୁଦଣ୍ଡ ଦିଆଯାଇଥିବା ସୂଚନା ମିଳିଛି। ହ୍ଵାଙ୍ଗ ପ୍ୟୋଙ୍ଗ ସୋ ଗତ ଅକ୍ଟୋବର ୧୩ ତାରିଖରୁ ନିଖୋଜ ଥିବା ବେଳେ ତାଙ୍କୁ ଉତ୍ତରକୋରିଆ ସରକାର ମୃତ୍ୟୁଦଣ୍ଡ ଦେଇଥିବା ଜଣାପଡ଼ିଛି । ଦକ୍ଷିଣ କୋରିଆ ଗୁଇନ୍ଦା ବିଭାଗର ତଥ୍ୟ ମୁତାବକ, ହ୍ଵାଙ୍ଗ ପ୍ୟୋଙ୍ଗଙ୍କୁ ଶାସକ କିମ୍‌ ଜଙ୍ଗ ତାଙ୍କ ପଦରୁ ବହିଷ୍କାର କରିବା ନେଇ ନଭେମ୍ବର ମାସରେ ଖବର ମିଳିଥିଲା। ତେବେ ଏନେଇ ଶାସକ କିମ୍‌ ଜଙ୍ଗ କୌଣସି ଘୋଷଣା କରିନାହାନ୍ତି। କିନ୍ତୁ ଅତୀତରେ ମଧ୍ୟ ଶାସକ କିମ୍‌ ଜଙ୍ଗ ତାଙ୍କ ପଦ ଓ କ୍ଷମତାର ସୁରକ୍ଷା ପାଇଁ ନିଜ ସମ୍ପର୍କୀୟଙ୍କୁ ମଧ୍ୟ ହତ୍ୟା କରିବାକୁ ପଛାଇ ନାହାନ୍ତି।

ସମ୍ବନ୍ଧିତ ଖବର