ସନ୍ତାନହୀନତା ଦୋଷର ଚିକିତ୍ସା ଲାଗି ହସ୍ପିଟାଲକୁ ଆସିଥିଲେ ଯୁବକ, ସର୍ଜରି ବେଳେ ମିଳିଲା ତାଙ୍କ ଶରୀରରେ ମହିଳାଙ୍କ ଜନନାଙ୍ଗ ଏବଂ ଗର୍ଭାଶୟ

ମୁମ୍ବାଇ: ମୁମ୍ବାଇର ସରକାରୀ ଜେଜେ ହସ୍ପିଟାଲକୁ ଆସିଥିବା ଜଣେ ୨୯ ବର୍ଷିଅ ଯୁବକଙ୍କ ଶରୀରରେ ଡାକ୍ତରମାନେ ମହିଳାଙ୍କଠାରେ ଥିବା ଫେଲେପିୟନ୍ ଟିଉବ୍, ଜନନାଙ୍ଗ ଏବଂ ଗର୍ଭାଶୟ ପାଇଛନ୍ତି । ଡାକ୍ତରଙ୍କ କହିବା ଅନୁସାରେ ଯୁବକଙ୍କ ଶରୀରରେ ଏକ ଅଦ୍ଭୁତ ପ୍ରକାରର ତ୍ରୁଟି ଦେଖିବାକୁ ମିଳିଛି । ଗତ ମାସରେ ଯୁବକଜଣକ ନିଜର ସନ୍ତାନହୀନତା ଦୋଷର ଚିକିତ୍ସା ଲାଗି ଜେଜେ ହସ୍ପିଟାଲକୁ ଆସିଥିଲେ। ଡାକ୍ତରମାନେ ଏହି ଅପରେସନ କରିଥିବା ବେଳେ ସଂପୃକ୍ତ ଯୁବକର ସ୍ୱାସ୍ଥ୍ୟାବସ୍ଥାରେ ଧୀରେ ଧୀରେ ଉନ୍ନତି ଘଟୁଛି ।

photo- the indianexpress.

ହସ୍ପିଟାଲର ୟୁରୋଲୋଜି ବିଭାଗର ମୁଖ୍ୟ ଡାକ୍ତର ଭେଙ୍କଟ ଗୀତେ କହିଛନ୍ତି, ଯୁବକଙ୍କ ସର୍ଜରି ଗତ ମାସ ୨୬ ତାରିଖରେ କରାଯାଇଥିଲା । ସେ କହିଛନ୍ତି, ଯୁବକଙ୍କ ଶରୀରରୁ ଗର୍ଭାଶୟ, ଫେଲୋପିୟନ ଟ୍ୟୁବ, ସର୍ଭିକ୍ସ ଏବଂ ଜନନାଙ୍ଗର ଏକ ଅଂଶ ଅପରେସନରେ ବାହାର କରାଯାଇଛି । ଏଯାଏଁ ୨୦୦ଟି ଏଭଳି ମାମଲା ଦୃଷ୍ଟିଗୋଚର ହୋଇଛି । ଏହାକୁ ପ୍ରୋସିଷ୍ଟେଣ୍ଟ ମୁଲେିୟାନ ଆକ୍ସ ସିଣ୍ଡ୍ରୋମ କୁହାଯାଇଥାଏ । ସର୍ଜରି ସଫଳ ହୋଇଛି , କିନ୍ତୁ ଯୁବକ ଆଉ କେବେ ବି ବାପା ହୋଇ ପାରିବେ ନାହିଁ । କାରଣ ସେ ଏଜୋର୍ସ୍ପାମିଆ ରୋଗରେ ପୀଡ଼ିତ ।

ସମ୍ବନ୍ଧିତ ଖବର