ଦିଲ୍ଲୀରେ ପାଳନ ହେଲା ଉତ୍କଳ ଦିବସ

ନୂଆଦିଲ୍ଲୀ: ଓଡିଶା ଅସ୍ମିତାର ବାର୍ତ୍ତା ବହନ କରୁଥିବା ପବିତ୍ର ଉତ୍କଳ ଦିବସ ଆଜି ଦିଲ୍ଲୀରେ ବେଶ ଆନନ୍ଦ ଉଲ୍ଲାସର ସହ ପାଳନ ହୋଇଯାଇଛି। ମୁଖ୍ୟ ସମାରୋହ ରାଜ୍ୟ ସରକାରଙ୍କ ଦିଲ୍ଲୀ ସ୍ଥିତ ଆବାସିକ କମିଶନରଙ୍କ କାର୍ଯାଳୟ ଅନ୍ତର୍ଗତ ଲୋଧିରୋଡର ଶ୍ରୀସତ୍ୟସାୟୀ ଇଣ୍ଟରନ୍ୟସନାଲ ସେଣ୍ଟର ଠାରେ ଅନୁଷ୍ଠିତ ହୋଇଥିଲା। ଓଡିଶା ଦିବସ ସମାରୋହ-୨୦୧୯ରେ ମୁଖ୍ୟ ଅତିଥି ରୂପେ ପ୍ରମୁଖ ଆବାସିକ ଆୟୁକ୍ତ ତୁହିନକାନ୍ତ ପାଣ୍ଡେ ଯୋଗ ଦେଇଥିଲେ। ଏହି ଅବସରରେ ଓଡିଶାର କଳା, ଐତିହ୍ୟ ଓ ସଂସ୍କୃତି ଆଧାରିତ ଅନେକ ସାଂସ୍କୃତିକ କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା। ଜଣାଶୁଣା ଓଡିଶୀ ନୁତ୍ୟଙ୍ଗନା କବିତା ଦ୍ବିବେଦୀ ଓ ତାଙ୍କର ଗୁରୁଦ୍ବାରା ଓଡ଼ିଶୀ ନୃତ୍ୟ ପରିବେଶଣ କରାଯାଇଥିବା। ଏତଦବ୍ୟତୀତ ଦିଲ୍ଲୀର ପ୍ରତିଷ୍ଠିତ ଜବାହରଲାଲ ନେହୁର ବିଶ୍ବବିଦ୍ୟାଳୟର ଓପେନ ଏୟାର ଥେଟରରେ ଓଡିଶା ସାଂସ୍କୃତିକ ପରିଷଦ ଦ୍ବାରା ଉତ୍କଳ ଦିବସ ପାଳନ କରାଯାଇଥିଲା। ଉଭୟ କାର୍ଯ୍ୟକ୍ରମରେ ଦିଲ୍ଲୀ ଓ ଏନସିଆରରେ ଅଞ୍ଚଳରେ ରହୁଥିବା ବହୁସଂଖ୍ୟକ ପ୍ରବାସୀ ଓଡିଆମାନେ ଯୋଗ ଦେଇଥିଲେ।

ସମ୍ବନ୍ଧିତ ଖବର