ବଜ୍ରପାତ ଯୋଗୁଁ ଉତ୍ତର ପ୍ରଦେଶର ବିଭିନ୍ନ ଜିଲ୍ଲାରେ ୩୩ ମୃତ

ଲକ୍ଷ୍ନୌ: ଶନିବାର ଓ ରବିବାର ଦିନ ଉତ୍ତର ପ୍ରଦେଶର ୧୩ଟି ଜିଲ୍ଲାରେ ବଜ୍ରପାତ ଯୋଗୁଁ ୩୦ରୁ ଊର୍ଦ୍ଧ୍ୱ ଲୋକ ପ୍ରାଣ ହରାଇଥିବା କଥା ସରକାରୀସୂତ୍ରରୁ ଜଣାପଡ଼ିଛି। ଏହାଛଡ଼ା ବର୍ଷା ଛାଡ଼ିବା ପରେ ସାପକାମୁଡ଼ାରେ ମଧ୍ୟ ଦୁଇ ଜଣ ମରିଛନ୍ତି।

କାନପୁରରେ ସାତ ଜଣ, ଫତେପୁରରେ ସାତ ଜଣ, ଝାନ୍‌ସୀରେ ପାଞ୍ଚ ଜଣ, ଜଲାଉଁରେ ଚାରିଜଣ, ହାମିରପୁରରେ ତିନି ଜଣ, ଗାଜିଆବାଦରେ ଦୁଇ ଜଣ ବ୍ୟକ୍ତି ମରିଥିବା ବେଳେ ଦେଓରିଆ, କୁଶୀନଗର, ଜଉନପୁର, ଅମ୍ବେଦକର ନଗର, ପ୍ରତାପଗଡ଼, କାନପୁ ଦେହାତ ଏବଂ ଚିତ୍ରକୂଟରେ ଜଣେ ଲେଖାଏଁ ବ୍ୟକ୍ତି ମରିଛନ୍ତି। ୧୩ ଜଣ ଲୋକ ମଧ୍ୟ ଆହତ ହୋଇଛନ୍ତି ଏବଂ ୨୦ଟି ଘର ନଷ୍ଟ ହୋଇଛି।

ମୃତବ୍ୟକ୍ତଙ୍କ ପ୍ରତି ଦୁଃଖ ପ୍ରକାଶ କରି ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ସେମାନଙ୍କ ପରିବାର ଲାଗି ୪ ଲକ୍ଷ ଟଙ୍କା ଲେଖଏଁ ଆର୍ଥିକ ସହାୟତା ଘୋଷଣା କରିଛନ୍ତି। ଡାକ୍ତରଖାନାରେ ଭର୍ତ୍ତି ହୋଇଥିବା ଆହତମାନଙ୍କର ଚିକିତ୍ସା ନିମନ୍ତେ ବ୍ୟବସ୍ଥା କରିବାକୁ ସେ ଜିଲ୍ଲା ମାଜିଷ୍ଟେଟ୍‌ମାନଙ୍କୁ ନିର୍ଦେଶ ଦେଇଛନ୍ତି।

ବଜ୍ରାଘାତ ପୀଡ଼ିତମାନେ ବିଲରେ କାମ କରୁଥିବା ବେଳେ ଓ ଗଛମୂଳେ ଠିଆହୋଇଥିଲେ ବୋଲି କାନପୁର ଗ୍ରାମଞ୍ଚଳ ଏସ୍‌ପି ପ୍ରଦ୍ୟୁମ୍ନ ସିଂହ କହିଛନ୍ତି।

ସମ୍ବନ୍ଧିତ ଖବର