ନିଜ ହାତରେ ନାଳ ସଫା କରି ବିରଳ ଉଦାହାରଣ ସୃଷ୍ଟି କଲେ ରାମପୁର ଜିଲ୍ଲାପାଳ

ରାମପୁର (ଉତ୍ତରପ୍ରଦେଶ): ଉତ୍ତରପ୍ରଦେଶ ରାମପୁର ଜିଲ୍ଲାର ଜିଲ୍ଲାପାଳ ଅଞ୍ଜନେୟ କୁମାର ସିଂହ ଆଜି ଏକ ବିରଳ ଉଦାହାରଣ ସୃଷ୍ଟି କରିଛନ୍ତି। ଜିଲ୍ଲାପାଳ ଶ୍ରୀ ସିଂହ ଆଜି ନିଜ ହାତରେ ରାମପୁର ସହରର ଏକ ପୂତିଗନ୍ଧ ମୟ ନର୍ଦ୍ଦମାର ଅବର୍ଜନାକୁ ସଫା କରିଛନ୍ତି। ସଂପୃକ୍ତ ନର୍ଦ୍ଦମାଟିରେ ସ୍ଥାନୀୟ ବାସିନ୍ଦା ଅବର୍ଜନା ପକାଇ ପକାଇ ନର୍ଦ୍ଦମାଟିକୁ ଏକ ପ୍ରକାରର ପୋତି ପକାଇ ଥିଲେ ଏବଂ ସେଥିରେ ନର୍ଦ୍ଦମାର ଜଳ ଆଉ ଯାଇ ପାରୁ ନଥିଲା।

ନିଜର ଏହି କାର୍ଯ୍ୟ ସଂପର୍କରେ ଜିଲ୍ଲାପାଳ ଅଞ୍ଜନେୟ କୁମାର ସିଂହ କହିଛନ୍ତି ଯେ ଏହି କାର୍ଯ୍ୟ ଆହୁରି ବହୁ ଆଗରୁ ହେବାର ଥିଲା। ଏଥିପାଇଁ ଆମ ସମସ୍ତଙ୍କୁ ସଚେତନ ହେବାର ଆବଶ୍ୟକତା ରହିଛି। ନିଜ ନିଜର ପରିବେଶକୁ ସଫା ରଖିବା ହେଉଛି ଆମ ସମସ୍ତଙ୍କର ଦାୟିତ୍ୱ। ଯଦି ଆମେ ଏଥିରୁ ଓହରି ଯିବା ତେବେ ଏହାର କୁଫଳ ଆମମାନଙ୍କୁ ହିଁ ଭୋଗିବାକୁ ପଡ଼ିବ ଏବଂ ବିଭିନ୍ନ ପ୍ରକାର ରୋଗର ଆମେ ଶିକାର ହେବା। ତେବେ, ଜିଲ୍ଲାପାଳ ଅଞ୍ଜନେୟ କୁମାର ସିଂହଙ୍କର ଏହି କାର୍ଯ୍ୟକୁ ନେଇ ଏବେ ସମଗ୍ର ଉତ୍ତରପ୍ରଦେଶରେ ଚର୍ଚ୍ଚା ଆରମ୍ଭ ହୋଇଛି।

ସମ୍ବନ୍ଧିତ ଖବର