ଚାଷଜମିରେ ଦୁଇ ଭଉଣୀକୁ ଗୁଳିମାରି ଫିଙ୍ଗି ଦେଲେ ଦୁର୍ବୃତ୍ତ

ଇଟଓ୍ଵା:ଉତ୍ତରପ୍ରଦେଶର ଇଟଓ୍ଵା ଜିଲ୍ଲାର କେଲାମାଉଁ ଗ୍ରାମରେ ଏକ ଅଭାବନୀୟ ଘଟଣା ଘଟିଛି । ଗତ କାଲି ସନ୍ଧ୍ୟାରେ ଦୁଇ ଭଉଣୀଙ୍କୁ ଏକା ସ୍ଥାନରେ ଗୁଳି ମାରି ଚାଷଜମିରେ ଫୋପାଡ଼ି ଦିଆଯାଇଛି। ହତ୍ୟାର କାରଣ ବର୍ତ୍ତମାନ ପର୍ଯ୍ୟନ୍ତ ସ୍ପଷ୍ଟ ହୋଇ ନଥିବା ବେଳେ ଘଟଣାର ତଦନ୍ତ ଚଳାଇଛି ସ୍ଥାନୀୟ ପୁଲିସ ।
ସୂଚନା ଅନୁଯାୟୀ , ଗତକାଲି ସନ୍ଧ୍ୟାରେ ଦୁଇ ଭଉଣୀ ଗ୍ରାମରେ ହେଉଥିବା ଏକ ବିବାହ ଉତ୍ସବକୁ ଯାଇଥିଲେ । ସେଠାରୁ ଦୁଇ ଜଣ ରାତିରେ ଶୌଚ କରିବା ପାଇଁ ଟର୍ଚ୍ଚ ଧରି ଗାଁରୁ କିଛି ଦୂରରେ ଥିବା ଚାଷ ଜମିକୁ ଯାଇଥିଲେ । ବହୁ ସମୟ ଧରି ଦୁଇ ଭଉଣୀ ନ ଫେରିଥିବାରୁ ପରିବାର ଲୋକେ ତାଙ୍କୁ ଖୋଜିବା ଆରମ୍ଭ କରିଦେଇଥିଲେ । ପରେ ସକାଳେ ଦୁହିଁଙ୍କର ମୃତଦେହ ଚାଷ ଜମିରେ ପଡ଼ିଥବା ସୂଚନା ମିଳିଥିଲା । ଦୁଇ ଭଉଣୀଙ୍କ ହତ୍ୟା ଖବର ସମ୍ନାକୁ ଆସିବା ପରେ ଜିଲ୍ଲାର ଏସ୍‌ପି, ଡ଼ିଏମ ଏବଂ ଅନ୍ୟ ପୁଲିସ କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚିଥିଲେ । ତେବେ ବର୍ତ୍ତମାନ ପର୍ଯ୍ୟନ୍ତ ପୁଲିସ ଘଟଣାଟିର ତଦନ୍ତ ଜାରି ରଖିଥିଲେ ମଧ୍ୟ ଏହା ପଛର କାରଣ ଏବଂ ଅଭିଯୁକ୍ତଙ୍କ ବିଷୟରେ କିଛି ସୂଚନା ପ୍ରାପ୍ତ କରିପାରିନାହିଁ ।

ସମ୍ବନ୍ଧିତ ଖବର