ଉତ୍ତରପ୍ରଦେଶ, ମହାରାଷ୍ଟ୍ର‌ରେ ନୂଆ ବିଜେପି ସଭାପତି

ନୂଆଦିଲ୍ଲୀ: ମରାଠା ନେତା ଚନ୍ଦ୍ରକାନ୍ତ ପାଟିଲ୍‌ଙ୍କୁ ବିଜେପି ଆଜି ମହାରାଷ୍ଟ୍ର ବିଜେପି ସଭାପତି କରିଥିବା ବେଳେ ସ୍ବତନ୍ତ୍ର ଦେବ ସିଂହଙ୍କୁ ଉତ୍ତରପ୍ରଦେଶ ମୁଖ୍ୟ ଭାବେ ନିଯୁକ୍ତି ଦେଇଛି। ମଙ୍ଗଳ ପ୍ରଭାତ ଲୋଧା ମୁମ୍ବାଇ ମହାନଗର ସଭାପତି ଭାବେ ଭାବେ ନିଯୁକ୍ତ ହୋଇଛନ୍ତି। ଅନ୍ୟପକ୍ଷରେ ପୂର୍ବ ସମାଜବାଦୀ ପାର୍ଟି ନେତା ତଥା ପୂର୍ବ ପ୍ରଧାନମନ୍ତ୍ରୀ ଚନ୍ଦ୍ରଶେଖରଙ୍କ ପୁଅ ନିରଜ ଶେଖର ଗତକାଲି ରାଜ୍ୟସଭା ସଦସ୍ୟ ପଦରୁ ଇସ୍ତଫା ଦେବାପରେ ଆଜି ବିଜେପିରେ ଯୋଗ ଦେଇଛନ୍ତି। ନିରଜ ଶେଖର ଆଜି ସକାଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ସାକ୍ଷାତ କରିବାପରେ ବିଜେପିରେ ସାମିଲ ହୋଇଛନ୍ତି। ଗତକାଲି ମଧ୍ୟ ଶେଖର ବିଜେପି ଅଧ୍ୟକ୍ଷ ଅମିତ ଶାହ ଏବଂ ଅନ୍ୟ ବରିଷ୍ଠ ‌ନେତାମାନଙ୍କୁ ଭେଟିଥିଲେ। ୫୦ ବର୍ଷୀୟ ଏହି ଉତ୍ତରପ୍ରଦେଶ ରାଜନେତାଙ୍କ ରାଜ୍ୟସଭା କାର୍ଯ୍ୟକାଳ ୨୦୨୦ ନଭେମ୍ବର ୨୫ରେ ଶେଷ ହୋଇଥାନ୍ତା । କିନ୍ତୁ ଏହା ପୂର୍ବରୁ ସେ ରାଜ୍ୟସଭା ସଦସ୍ୟତାରୁ ଇସ୍ତଫା ‌ଦେଇଛନ୍ତି।

ସମ୍ବନ୍ଧିତ ଖବର