ଉତ୍ତରାଖଣ୍ଡ : ଘାଟିରୁ ବସ ଖସି ୧୩ ଯାତ୍ରୀଙ୍କ ମୃତ୍ୟୁ

ଉତ୍ତରାଖଣ୍ଡ : ଉତ୍ତରାଖଣ୍ଡର ଆଲମୋରା ଜିଲ୍ଲାର ରାମନଗର-ଆଲମୋରା ରାସ୍ତାରେ ଘଟିଛି ଏକ ମର୍ମନ୍ତୁଦ ଦୁର୍ଘଟଣା।ରାମନଗର-ଆଲମୋରା ରାସ୍ତାରେ ଥିବା ତୋଟାମ ଘାଟିରୁ ଆଜି ସକାଳ ସମୟରେ ଏକ ଯାତ୍ରୀବାହୀ ବସ୍‌ ତଳକୁ ଗଳି ପଡ଼ିବାରୁ ଘଟଣାସ୍ଥଳରେ ୧୩ ଯାତ୍ରୀଙ୍କର ମୃତ୍ୟୁ ଘଟିଛି। ଏହି ବସରେ ୨୪ ଜଣ ଯାତ୍ରୀ ଯାତ୍ରା କରୁଥିବା ଜଣାପଡ଼ିଛି । ଦୁର୍ଘଟଣା ପରେ ଘଟଣାସ୍ଥଳରେ ଷ୍ଟେଟ ଡ଼ିଜାଷ୍ଟର ରେସପନ୍ସ ଫୋର୍ସର (ଏସଡ଼ିଆରଏଫ ) କର୍ମକର୍ତ୍ତା ପହଞ୍ଚି ଯାତ୍ରୀଙ୍କୁ ଉଦ୍ଧାର କରିଛନ୍ତି। ଆହତଙ୍କ ବିଷୟରେ ସବିଶେଷ ଜଣାପଡ଼ି ନଥିବାରୁ ଏହି ସଂଖ୍ୟାରେ ବୃଦ୍ଧିି ଘଟିପାରେ ବୋଲି ଆକଳନ କରାଯାଉଛି।

ଉତ୍ତରାଖଣ୍ଡର ମୁଖ୍ୟମନ୍ତ୍ରୀ ତ୍ରିବେନ୍ଦ୍ର ସିଂ ରାଓ୍ଵତ ଟ୍ଵିଟ ଜରିଆରେ ମୃତକଙ୍କ ପରିବାର ଲୋକଙ୍କ ପ୍ରତି ଶୋକ ପ୍ରକାଶ କରିଥିବା ବେଳେ ଆହତମାନଙ୍କର ଶୀଘ୍ର ଚିକିତ୍ସା ପାଇଁ କହିଛନ୍ତି। ଏହା ସହ ରାଓ୍ଵାତ ଆଲମୋରା ଜିଲ୍ଲା ପ୍ରଶାସନକୁ ଆହାତଙ୍କ ପାଇଁ ଚିକିତ୍ସାର ସୁବିଧା କରିବା ପାଇଁ ଆଦେଶ ଦେଇଛନ୍ତି।

ସମ୍ବନ୍ଧିତ ଖବର