ଲକ୍ଷ୍ମୀପୁର-ନାନପାରା ରାଜପଥରେ ମର୍ମନ୍ତୁଦ ସଡକ ଦୁର୍ଘଟଣା, ୪ମୃତ, ୧୧ ଗୁରୁତର

ଲକ୍ଷ୍ନୌ: ବହରାଇଚର ମୋତିପୁର ଥାନା ଅନ୍ତର୍ଗତ ଲକ୍ଷ୍ମୀପୁର-ନାନପାରା ରାଜପଥରେ ସୋମବାର ଅପରାହ୍ନରେ ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣା । ଏହି ଦୁର୍ଘଟଣାରେ ୪ ଜଣଙ୍କର ମୃତ୍ୟୁ ହାଇଥିବାବେଳେ ୧୧ ଜଣ ଗୁରୁତର ଆହତ ହୋଇଥିବା ଜଣାପଡ଼ିଛି। ଆହତମାନଙ୍କୁ ସଙ୍ଗେସଙ୍ଗେ ଜିଲ୍ଲା ହସ୍ପିଟାଲରେ ଭର୍ତ୍ତି କରାଯାଇଥିବାବେଳେ ସେଠାରେ ୩ ଜଣଙ୍କର ମୃତ୍ୟୁ ହୋଇଥିଲା ଏବଂ ପରେ ଅନ୍ୟ ଗୁରୁତରଙ୍କୁ ଲକ୍ଷ୍ନୌ ପଠାଯାଇଥିବାବେଳେ ବାଟରେ ଆଉ ଜଣଙ୍କର ମୃତ୍ୟୁ ହୋଇଥିବା ସୂଚନା ମିଳିଥିଲା। ସମସ୍ତ ମୃତକ ଓ ଗୁରୁତରଙ୍କ ବୟସ ପାଖାପାଖି ୨୨ ଓ ୨୫ ବର୍ଷ ହୋଇଥିବା ଜଣାପଡିଛି ।

ସୂଚନାଯୋଗ୍ୟ, ରବିବାର ରାତିରେ ଲକ୍ଷ୍ମୀପୁର ପଟୁ ଦ୍ରୁତ ଗତିରେ ଆସୁଥିବା ଏକ ଟ୍ରକ ସହ ନାନପାରାରୁ ଆସୁଥିବା ଏକ ପିକ-ଅପ୍‌ ଭ୍ୟାନ ଧକ୍କା ହୋଇଥିଲା । ଫଳରେ ଭ୍ୟାନ ଭିତରେ ଥିବା ୧୫ ଜଣ ଲୋକଙ୍କ ମଧ୍ୟରୁ ୪ ଜଣଙ୍କର ମୃତ୍ୟୁ ହୋଇଥିବାବେଳେ, ଅନ୍ୟ ୧୧ ଜଣ ଗୁରୁତର ଆହତ ହୋଇଛନ୍ତି । ସମସ୍ତେ ଲକ୍ଷ୍ମୀପୁରର ପରିବା ବ୍ୟବସାୟୀ ଥିଲେ। ରବିବାର ଏକ ହାଟକୁ ପରିବା ବିକିବା ପାଇଁ ଯାଉଥିବାବେଳେ ଏହି ଦୁର୍ଘଟଣା ଘଟିଥିଲା ।

ସମ୍ବନ୍ଧିତ ଖବର