ପଥର ଚଟାଣ ଖସି ୭ ବୈଷ୍ଣୋଦେବୀ ଭକ୍ତଙ୍କ ମୃତ୍ୟୁ, ୨୬ ଗୁରୁତର

ଜମ୍ମୁ: ଜମ୍ମୁ କଶ୍ମୀରର ରିୟାସୀ ଜିଲ୍ଲାରେ ବୈଷ୍ଣୋଦେବୀ ଦର୍ଶନ ପାଇଁ ଯାଉଥିବା ଶ୍ରଦ୍ଧାଳୁଙ୍କ ଉପରେ ପଥର ଚଟାଣ ଖସିପଡ଼ିବାରୁ ଏହି ଘଟଣାରେ ୭ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୨୬ରୁ ଅଧିକ ଗୁରୁତରେ ହୋଇଛନ୍ତି। ଗୁରୁତରଙ୍କୁ ପୋଲିସ ଓ ସେନା ସହାୟତାରେ ହସ୍ପିଟାଲରେ ଭର୍ତ୍ତି କରାଯାଇଛି।

ଜାତୀୟ ଗଣମାଧ୍ୟମ ରିପୋର୍ଟ ଅନୁସାରେ ବୈଷ୍ଣୋଦେବୀ ଯାଉଥିବା ଶ୍ରଦ୍ଧାଳୁମାନେ ରାସ୍ତାରେ ଏକ ଝରଣା ନିକଟରେ ଗାଧୋଇବାକୁ ଅଟକି ଥିଲେ। ଝରଣାରେ ଗାଧୋଇବା ସମୟରେ ଶ୍ରଦ୍ଧାଳୁଙ୍କ ଉପରେ ପଥର ଚଟାଣ ଖସିପଡ଼ିଥିଲା। ଏଥିରେ ୭ ଶ୍ରଦ୍ଧାଳୁଙ୍କର ମୃତ୍ୟୁ ହୋଇଥିଲା। ୨୬ ଗୁରୁତରଙ୍କୁ ନିକଟସ୍ଥ ହସ୍ପିଟାଲରେ ଭର୍ତ୍ତି କରାଯାଇଛି।

ଦୁର୍ଘଟଣା ପରେ ସେନା ଓ ପୁଲିସ ଘଟଣାସ୍ଥଳକୁ ପହଞ୍ଚିଛନ୍ତି। ସେମାନେ ଆହତଙ୍କୁ ହସ୍ପିଟାଲରେ ଭର୍ତ୍ତି କରିଛନ୍ତି। ଜମ୍ମୁ କଶ୍ମୀରରେ କିଛି ଦିନ ହେବ ପ୍ରବଳ ବର୍ଷା ହୋଇଛି। ଆଶା କରାଯାଉଛି ଯେ, ପ୍ରବଳ ବର୍ଷା ପରେ ଭୂସ୍ଖଳନ ଦେଖାଯାଇଥିଲା। ଏହି ଘଟଣା ପରେ ସ୍ଥାନୀୟ ଅଞ୍ଚଳରେ ଭୟର ବାତାବରଣ ଦେଖାଯାଇଛି। ଅଧିକାଂଶ ଶ୍ରଦ୍ଧାଳୁ ସ୍ଥାନୀୟ ଅଞ୍ଚଳର ବୋଲି ଜଣାପଡ଼ିଛି।

ସମ୍ବନ୍ଧିତ ଖବର