ଅଟଳ ବିହାରୀ ବାଜପେୟୀଙ୍କ ସ୍ୱାସ୍ଥ୍ୟାବସ୍ଥା ସ୍ଥିର- ଏମ୍ସ କର୍ତ୍ତୃପକ୍ଷ

ନୂଆଦିଲ୍ଲୀ: ପ୍ରଜ୍ଞାପୁୁରୁଷ, ଭାରତରତ୍ନ, ଭାରତର ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀଙ୍କ ସ୍ୱାସ୍ଥ୍ୟାବସ୍ଥାରେ ସୁଧାର ଆସିଛି। ଗତକାଲି ନୁଆଦିଲ୍ଲୀ ଏମ୍‌ସ ହସ୍‌ପିଟାଲରେ ଭର୍ତ୍ତି ହୋଇଥିିବା ଶ୍ରୀ ବାଜପେୟୀଙ୍କର ମୁତ୍ରାଶୟଜନତି ସମସ୍ୟା ଥିବା ବେଳେ ତାଙ୍କ ସ୍ୱାସ୍ଥାବସ୍ଥାରେ ଉନ୍ନତି ହେଉଥିିବା ଏମ୍‌ସ ପକ୍ଷରୁ ଜାରି ସ୍ୱାସ୍ଥ୍ୟ ବୁଲେଟିନ୍‌ରେ କୁହାଯାଇଛି।
ଆଜି ଦିନ ସାଢ଼େ ୧୨୧ଟା ବେଳେ ଏମ୍ସ ପକ୍ଷରୁ ଜାରି ଶ୍ରୀ ବାଜପେୟୀଙ୍କ ସ୍ୱାସ୍ଥ୍ୟ ସମ୍ବନ୍ଧୀୟ ବୁଲେଟିନ୍‌ରେ କୁହାଯାଇଛିି ଯେ ୯୩ ବର୍ଷୀୟ ଭାରତର ପୂର୍ବତନ ପ୍ରଧାନମନ୍ତ୍ରୀ ଶ୍ରୀ ବାଜପେୟୀଙ୍କ ସ୍ୱାସ୍ଥ୍ୟାବସ୍ଥାରେ ଆଉ କଣସି ଅବନତି ଦେଖା ଯାଇ ନାହିଁ। ବରଂ ତାଙ୍କ ସ୍ୱାସ୍ଥାବସ୍ଥା ସ୍ଥିର ରହିଛି। ଏମ୍ସର ନିର୍ଦ୍ଦେଶକ ଡା. ରଣଦୀପ ଗୁଲେରିଆଙ୍କ ନେତୃତ୍ୱରେ ଗଠିତ ଏକ ବିଶେଷଜ୍ଞ ଦଳ ଶ୍ରୀ ବାଜପେୟୀଙ୍କ ସ୍ୱାସ୍ଥ୍ୟାବସ୍ଥା ଉପରେ ନଜର ରଖିଛନ୍ତି।ଏହି ଟିମ୍‌ରେ ନେଫ୍ରୋଲୋଜିଷ୍ଟ ଡ. ସୌମିତ ବାଗ୍‌ଚୀ, ହୃଦରୋଗ ବିଷଜ୍ଞ ଡା. ଏସ କେ ଚୌଧୁରୀ, ଗ୍ୟାଷ୍ଟ୍ରୋଣ୍ଟରୋଲାଜିଷ୍ଟ ଡ. ପ୍ରମୋଦ ଗର୍ଗ ଶ୍ରୀ ବାଜପ୍ରେୀଙ୍କର ସ୍ୱାସ୍ଥ୍ୟାବସ୍ଥା ଉପରେ ନଜର ରଖିଛନ୍ତି।

ସମ୍ବନ୍ଧିତ ଖବର