୨୨ ବର୍ଷ ପରେ ଇତିହାସ ଲେଉଟିଲା: ଦେବେଗୌଡ଼ାଙ୍କୁ ତାଙ୍କରି ଅସ୍ତ୍ରରେ ପ୍ରହାର କଲେ ବାଜୁଭାଇ ବାଲା

ନୂଆଦିଲ୍ଲୀ: ୨୨ ବର୍ଷ ପରେ ରାଜନୈତିନ ଇତିହାସ କଡ଼ ଲେଉଟାଇଛି। ସେଦିନ ତତ୍‌କାଳୀନ ପ୍ରଧାନମନ୍ତ୍ରୀ ଏଚଡି ଦେବେଗୌଡ଼ା ଗୁଜୁରାଟ ସରକାରଙ୍କୁ ଭାଙ୍ଗି ଦେଇଥିଲେ। ଆଉ ତତ୍‌କାଳୀନ ବିଜେପି ରାଜ୍ୟ ସଭାପତି ବାଜୁଭାଇ ବାଲାଏହା ଅସମ୍ବିଧାନିକ ବୋଲି କହିଥିଲେ । ଯେଉଁ ଅସ୍ତ୍ର ପ୍ରାୟାଗ କରି ଦେବେଗୌଡ଼ା ଗୁଜୁରାଟ ସରକାର ଭାଙ୍ଗି ଦେଇଥଲେ ଆଜି ବାଜୁଭାଇ ବାଲା ସେହି ଅସ୍ତ୍ର ପ୍ରାୟାଗ କରି ଆଜି ଦେବେଗୌଡ଼ାଙ୍କ ପୁଅକୁ ମୁଖ୍ୟମନ୍ତ୍ରୀ ହେବାରୁ ବଞ୍ଚିତ କରିଛନ୍ତି।
୧୯୯୬ ମସିହା ସେପ୍ଟମ୍ବର ମାସ ୧୮ ତାରିଖ। ଭାରତୀୟ ଜନତା ପାର୍ଟି ସରକାର ଗୁଜରାଟ ବିଧାନସଭାରେ ଆସ୍ଥା ଭୋଟ ଜିଣିଥିଲା। ମାତ୍ର ଏହାର ୨୪ ଘଣ୍ଟା ନ ପୁରୁଣୁ ତତ୍‌କାଳୀନ ୟୁନାଇଟେଡ ଫ୍ରଣ୍ଟ ର ପ୍ରଧନମନ୍ତ୍ରୀ ଏଚ ଡି ଦେବେଗୌଡ଼ା ରାଜ୍ୟପାଳଙ୍କ ରିପୋର୍ଟ ଭିତ୍ତିିରେ ଗୁଜୁରାଟ ସରକାରଙ୍କୁ କ୍ଷମତାଚ୍ୟୁତ କରିବା ପାଇଁ ରାଷ୍ଟ୍ରପତିଙ୍କୁ ସୁପାରିଶ କରିଥିଲେ। ସେତେବେଳେ ଗୁଜରାଟ ବିଜେପିର ରାଜ୍ୟ ସଭାପତି ବାଜୁଭାଇ ରାଧାଭାଇ ବାଲା ତଥକାଳୀନ ପ୍ରଧାନମନ୍ତ୍ରୀ ଦେବୋଗଡ଼ାଙ୍କ କାର୍ଯ୍ୟ ନେଇ ଯେତେ ପାଟି କଲେ ମଧ୍ୟ କେହି ତାଙ୍କ କଥା ଶୁଣି ନ ଥିଲେ। ଏପରିକି ଦେବେଗୌଡ଼ାଙ୍କ ଏହି କାର୍ଯ୍ୟ ଗଣତନ୍ତ୍ରର ହତ୍ୟା ବୋଲି ସେତେବେଳେ ବାଜୁଭାଇ ବାଲା କହିଥିଲେ। ତେବେ ଆଜି ୨୨ ବର୍ଷ ପରେ ବାଜୁଭାଇ ବାଲା ଦେବେଗୌଡ଼ାଙ୍କୁ ତାଙ୍କରି ଅସ୍ତ୍ରରେ ଆଘାତ ଦେବା ପାଇଁ ସୁଯୋଗ ପାଇଛନ୍ତି। ସେଦିନର ଗୁଜରାଟ ବିଜେପି ରାଜ୍ୟ ସଭାପତି ଆଜି କର୍ଣ୍ଣାଟକ ରାଜ୍ୟର ରାଜ୍ୟପାଳ। ଆଉ କର୍ଣ୍ଣାଟକ ନିର୍ବାଚନରେ କୌଣସି ଦଳ ସଂଖ୍ୟା ଗରିଷ୍ଠ ହାସଲ କରି ନ ପାରିବାରୁ ସରକାର ଗଠନ କରିବାର ବଲ୍‌ ଏବେ ବାଜୁଭାଇ ବାଲାଙ୍କ କୋର୍ଟରେ। ସାମ୍ବିଧାନିକ ବ୍ୟବସ୍ଥା ଅନୁଯାୟୀ, ବିଧାନସଭା ନିର୍ବାଚନରେ କୌଣସି ଦଳ ସରକାର ଗଠନ ପାଇଁ ଆବଶ୍ୟକ ସଂଖ୍ୟା ହାସଲ କରି ନପାରିଲେ ଏହା ରାଜ୍ୟପାଳଙ୍କ ଇଚ୍ଛାଧୀନ ବ୍ୟବସ୍ଥା ଯେ ସିଏ ଯାହା ଉପରେ ସ୍ଥାୟୀ ସରକାର ନେଇ ଆସ୍ଥା ପ୍ରକଟ କରିବେ, ତାଙ୍କୁ ସରକାର ଗଠନ ପାଇଁ ଆମନ୍ତ୍ରଣ କରିବେ। ଆଉ ସେଦିନର ଦେବେଗୌଡ଼ାଙ୍କ କାର୍ଯ୍ୟକୁ ଭୁଲି ପାରି ନ ଥିବା ବାଜୁଭାଇ ବାଲା ଯେତେବେଳେ ଏହି ଅସ୍ତ୍ର ପ୍ରୟୋଗ ପାଇଁ ସୁଯୋଗ ପାଇଲେ, ସେ ଏହାକୁ ଦେବେଗୌଡ଼ାଙ୍କ ଉପରେ ପରୋକ୍ଷରେ ପ୍ରୟୋଗ କରି ଚର୍ଚ୍ଚାରେ ରହିଛନ୍ତି। ଦେବେଗଡ଼ାଙ୍କ ପୁଅ କୁମାରସ୍ୱାମୀ କଂଗ୍ରେସ ଦଳର ସମର୍ଥନରେ ମୁଖ୍ୟମନ୍ତ୍ରୀ ହେବା ପାଇଁ ସମସ୍ତ ପ୍ରସ୍ତୁତି କରି ସାରିଥିବା ବେଳେ ରାଜ୍ୟପାଳ ଭାବେ ବାଜୁଭାଇ ବାଲା ଏହାକୁ ସଫଳ ହେବାକୁ ଦେଇ ନାହାଁନ୍ତି। ବରଂ ଏକକ ସଂଖ୍ୟାଗରିଷ୍ଠ ଦଳ ଭାବେ ବିଜେପିର ବିଏସ ୟାଦୁରପ୍ପାଙ୍କୁ ସରକାର ଗଠନ କରିବା ପାଇଁ ସୁଯୋଗ ଦେଇ ବାଜୁଭାଇ ବାଲା ଜଣେ ବ୍ୟକ୍ତି ଭାବେ ଦେବେଗୌଡ଼ାଙ୍କୁ ତାଙ୍କରି ଅସ୍ତ୍ରରେ ପ୍ରହାର କରିଛନ୍ତି।

ସମ୍ବନ୍ଧିତ ଖବର