କଲମ୍ବୋ: ଶ୍ରୀଲଙ୍କା ରଜଧାନୀ କଲମ୍ବୋରେ ସୋମବାର ଆଉ ଏକ ବିସ୍ଫୋରଣ ଘଟିଛି। ଏହି ବିସ୍ଫୋରଣରେ କେହି ମୃତାହତ ହୋଇନାହାନ୍ତି। ଏହି ବିସ୍ଫୋରଣଟି ଏକ ଚର୍ଚ ନିକଟରେ ଘଟିଛି। ଚର୍ଚ ନିକଟରେ ଥିବା ଅନ୍ୟ ବୋମାଗୁଡ଼ିକୁ ପୁଲିସ୍ ଖୋଜି ନିଷ୍କ୍ରିୟ କରିବା କାର୍ଯ୍ୟ ଆରମ୍ଭ କରିଛି। ଶ୍ରୀଲଙ୍କା ରାଷ୍ଟ୍ରପତି ମୈଥିରିପାଲା ସିସିସେନା ସୋମବାର ମଧ୍ୟ ରାତିଠାରୁ ଜାତୀୟ ସ୍ତରୀୟ ଜରୁରିକାଳୀନ ପରସ୍ଥିତି ଘୋଷଣା କରିବେ ବୋଲି ସୂଚନା ରହିଛି।
ଗତକାଲି କଲମ୍ବୋରେ ହୋଇଥିବା ସିରିଜ୍ ବିସ୍ଫୋରଣରେ ଶ୍ରୀଲଙ୍କା ପୁଲିସ୍ ଏବେ ସୁଦ୍ଧା ରାଜଧାନୀର ମୁଖ୍ୟ ବସ୍ ଷ୍ଟାଣ୍ଡ୍ ନିକଟରୁ ୯୭ଟି ବମ୍ ଡିଟେନେଟର୍ଙ୍କୁ ଠାବ କରବାରେ ସମର୍ଥ ହୋଇଛି। ସଂପୃକ୍ତ ଅଞ୍ଚଳରେ ସୁରକ୍ଷା ବ୍ୟବସ୍ଥା କଡ଼ା କଡ଼ି ଥିବା ସତ୍ୱେ ବି ପୁଣି ଏକ ବିସ୍ଫୋରଣ ସଭିଙ୍କୁ ଚକିତ କରିଛି।
ଗତକାଲି ବିସ୍ଫୋରଣ ଘଟିବା ପରେ ଶ୍ରୀଲଙ୍କା ସରକାର ସଂପୃକ୍ତ ଅଞ୍ଚଳରେ ମୋବାଇଲ୍ ଓ ମେସେଜିଂ ସେବାକୁ ବନ୍ଦ କରି ଦେଇଥିଲେ। ସ୍ଥାନୀୟ ଅଞ୍ଚଳରେ କର୍ଫ୍ୟୁ ମଧ୍ୟ ଜାରି ହୋଇଥିଲା। ଆଜି ସକାଳ ୬ଟା ଶ୍ରୀଲଙ୍କା ସରକାର କର୍ଫ୍ୟୁ ଉଠାଇ ଦେଇଥିବା ସୂଚନା ରହିଛି।
କଲମ୍ବୋ ଥମୁନି ବିସ୍ଫୋରଣ: ଆଜି ପୁଣି ଥରେ ଫୁଟିଲା ବୋମା
/sambad/media/post_attachments/wp-content/uploads/2019/04/190421014601-0421-sri-lanka-church-bombing-03-super-tease.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)