ଆରମ୍ଭରୁ ଝୁଣ୍ଟିଲା ‘ବନ୍ଦେ ଭାରତ’ ଟ୍ରେନ୍

ନୂଆଦିଲ୍ଲୀ : ଦେଶର ନିଜସ୍ବ ଜ୍ଞାନକୌଶଳରେ ନିର୍ମିତ ବହୁ ଚର୍ଚ୍ଚିତ ଦ୍ରୁତଗାମୀ ଟ୍ରେନ୍-୧୮ ବା ‘ବନ୍ଦେ ଭାରତ’ ଏକ୍ସପ୍ରେସ ଉଦଘାଟିତ ହେବାର କେଇଘଣ୍ଟା ପରେ ଯାନ୍ତ୍ରିକ ତ୍ରୁଟିର ଶିକାର ହୋଇଛି। ତେବେ ଅଭିଜ୍ଞ ବିଶେଷଜ୍ଞଙ୍କ ଦ୍ବାରା ଏହାର ରକ୍ଷଣାବେକ୍ଷଣ ସମ୍ପର୍କରେ ବିଶଦ ଯାଞ୍ଚ ପରେ ଏହା ରବିବାର ନିର୍ଦ୍ଧାରିତ ସମୟରେ ନୂଆଦିଲ୍ଲୀରୁ ପ୍ରଥମ ବ୍ୟାବସାୟିକ ଯାତ୍ରା ଆରମ୍ଭ କରିବ ବୋଲି ଜଣାଯାଇଛି।

ଗତ ଶୁକ୍ରବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଟ୍ରେନ୍-୧୮ର ଶୁଭାରମ୍ଭ କରିବା ପରେ ଏହାକୁ ବାରଣାସୀରୁ ନୂଆଦିଲ୍ଲୀ ଅଣାଯାଉଥିଲା। ତେବେ ଶୁକ୍ରବାର ବିଳମ୍ବିତ ରାତିରେ ଦିଲ୍ଲୀ ପହଞ୍ଚିବାକୁ ଆଉ ୨୦୦ କିମି ଦୂର ଥିବା ବାଟରେ ଏଥିରେ ସାଂଘାତିକ ତ୍ରୁଟି ଦେଖାଦେଇଥିଲା। ଏହାର ପଛ ବଗିରୁ ଭାଙ୍ଗିରୁଜି ଗଲା ଭଳି ଧଡ଼ଧଡ଼ ଶବ୍ଦ ହେବାରୁ ରେଳ ଚାଳକ ତାହାର ଗତି କମାଇଥିଲେ। ପରେ ପରେ ଶେଷ ୪ ବଗିରୁ ଧୂଆଁ ବାହାରିବା ସହ କଦର୍ଯ୍ୟ ଗନ୍ଧ ବାହାରିଥିଲା ଏବଂ ସାରା ଟ୍ରେନର ବିଦ୍ୟୁତ୍ ସରବରାହ ବନ୍ଦ ହୋଇଯାଇଥିଲା। ତେବେ ଯାନ୍ତ୍ରିକ ତ୍ରୁଟିରେ ସୁଧାର ନ ଆସିବାରୁ ଟ୍ରେନଟିକୁ ଶେଷରେ ଚାମରୌଲା ଠାରେ ଅଟକାଯାଇଥିଲା। ପରେ ଉତ୍ତରପୂର୍ବ ରେଳବାଇର ଅଭିଜ୍ଞ ଯନ୍ତ୍ରୀମାନେ ପହଞ୍ଚି ଟିକିନିଖି ଯାଞ୍ଚ କଲା ପରେ ଏହା ସ୍ବାଭାବିକ ହୋଇଥିବା ଜଣାଯାଇଛି।

ସମ୍ବନ୍ଧିତ ଖବର