ବଂଶାଧାରା ଶୁଣାଣି ମେ’ ୬କୁ ଘୁଞ୍ଚିଲା

ଟ୍ରିବ୍ୟୁନାଲ୍‌ରେ ମାମଲାର ଶୁଣାଣି ଆଜି

ନୂଆଦିଲ୍ଲୀ : ସୁପ୍ରିମକୋର୍ଟରେ ବଂଶଧାରା ଜଳବିବାଦ ମାମଲାର ଶୁଣାଣିକୁ ମେ’ ୬ ତାରିଖ ପର୍ଯ୍ୟନ୍ତ ଘୁଞ୍ଚାଇ ଦିଆଯାଇଛି।

ଆଜି ବିଚାରପତି ଡି ୱାଇ ଚନ୍ଦ୍ରଚୂଡ଼ ଓ ବିଚାରପତି ହେମନ୍ତ ଗୁପ୍ତାଙ୍କ ଖଣ୍ଡପୀଠରେ ଏହି ମାମଲାର ଶୁଣାଣି ଥିଲା। ମାତ୍ର, ଟ୍ରିବ୍ୟୁନାଲରେ ମାମଲାର ଶୁଣାଣି ହେଉଥିବାରୁ ଖଣ୍ଡପୀଠ ଏହି ନିଷ୍ପତ୍ତି ଗ୍ରହଣ କରିଛନ୍ତି। ଆସନ୍ତାକାଲି ଖଣ୍ଡପୀଠ‌େର ମାମଲାର ଶୁଣାଣି ହେବ ବୋଲି ଜଣାପଡ଼ିଛି। ମାମଲାର ଶୁଣାଣି ଟ୍ରିବ୍ୟୁନାଲରେ ଚାଲୁଥିବାରୁ ଓଡ଼ିଶା ସରକାରଙ୍କ ପକ୍ଷରୁ ଆଇନଜୀବୀ ରାକେଶ ଦିବେଦୀ ଏବଂ ଆନ୍ଧ୍ର ସରକାରଙ୍କ ପକ୍ଷରୁ ସିଏସ୍‌ ବୈଦ୍ୟନାଥନ ମାମଲା ସ୍ଥଗିତ ରଖିବାପାଇଁ ଖଣ୍ଡପୀଠଙ୍କ ଦୃଷ୍ଟି ଆକର୍ଷଣ କରିଥି‌ଲେ। ଆସନ୍ତା ମାମଲାର ଶୁଣାଣିକୁ ମେ’ ୬କୁ ଘୁଞ୍ଚାଇ ଦିଆଯାଇଛି। ଅପରପକ୍ଷେ ବଂଶଧାରା ଜଳବିବାଦ ଟ୍ରିବ୍ୟୁନାଲ୍‌ର ରାୟ ନେଇ କେନ୍ଦ୍ର ଓ ଓଡ଼ିଶା ସରକାରଙ୍କ ପକ୍ଷରୁ ଯେଉଁ ସ୍ପଷ୍ଟୀକରଣ ଲୋଡ଼ାଯାଇଛି , ତାହାର ଶୁଣାଣି ଆସନ୍ତାକାଲି ବଂଶଧାରା ଟ୍ରିବ୍ୟୁନାଲ୍‌ରେ ହେବ ବୋଲି ଜଣାପଡ଼ିଛି।

ସମ୍ବନ୍ଧିତ ଖବର