ବଂଶଧାରା ଜଳବିବାଦ ମାମଲା: ନେରେଡ଼ି ପ୍ରକଳ୍ପ ଅଞ୍ଚଳ ଜମିର ଯୁଗ୍ମ ସର୍ଭେ

ନୂଆଦିଲ୍ଲୀ : ନେରେଡ଼ି ପ୍ରକଳ୍ପ ଅଞ୍ଚଳର ୧୦୬ ଏକର ଜମିର ଯୁଗ୍ମ ସର୍ଭେ କରିବା ପାଇଁ ସମସ୍ତ ଖର୍ଚ୍ଚ ଆନ୍ଧ୍ର ପ୍ରଦେଶ ସରକାରଙ୍କୁ ବହନ କରିବାକୁ ପଡ଼ିବ। ଗତ ୫ ତାରିଖରେ ବଂଶଧାରା ଜଳବିବାଦ ଟ୍ରିବ୍ୟୁନାଲ ଦ୍ବାରା ନେରେଡ଼ି ପକଳ୍ପ ଏରିଆରେ ଯୁଗ୍ମ ସର୍ଭେ କରିବା ପାଇଁ ଓଡ଼ିଶା ଓ ଆନ୍ଧ୍ର ପ୍ରଦେଶକୁ ନିର୍ଦ୍ଦେଶ ଦିଆଯାଇଥିଲା। ସର୍ଭେ କାର୍ଯ୍ୟ ପାଇଁ ସମସ୍ତ ପ୍ରକାର ବ୍ୟବସ୍ଥା ଓ ମ୍ୟାପ୍‌ ପ୍ରସ୍ତୁତି ମେ’ ୨୦ରୁ ଆରମ୍ଭ କରିବା ପାଇଁ ଏବଂ ଏହାର ୪ ସପ୍ତାହ ଭିତରେ ସର୍ଭେ କାର୍ଯ୍ୟକୁ ତ୍ବରାନ୍ବିତ କରିବାକୁ ଟ୍ରିବ୍ୟୁନାଲ ନିର୍ଦ୍ଦେଶ ଦେଇଛନ୍ତି । ଯୁଗ୍ମ ସର୍ଭେ କାର୍ଯ୍ୟକୁ କେନ୍ଦ୍ରୀୟ ଜଳ ଆୟୋଗ (ସିଡବ୍ଲ୍ୟୁସି)ର ସୁପରିଟେ‌େଣ୍ଡଣ୍ଟ ଇଞ୍ଜିନିୟର ପ୍ଲାନିଂ ସର୍କଲ ଫରିଦାବାଦର ନିୟନ୍ତ୍ରଣ, ତଦାରଖ ଓ ତତ୍ତ୍ବାବଧାନରେ ହେବ । ଏନେଇ ବଂଶଧାରା ଜଳବିବାଦ ଟ୍ରିବ୍ୟୁନାଲ ତାଙ୍କ ଆଦେଶରେ ସ୍ପଷ୍ଟ କରିଛନ୍ତି । ଦୁଇ ରାଜ୍ୟର ୪ ଅଧିକାରୀ ଯେଉଁମାନେ ଟ୍ରପୋଗ୍ରାଫିକାଲ୍‌ ସର୍ଭେରେ ଅଭିଜ୍ଞତା ହାସଲ କରିଥିବେ ସେମାନେ ଯୁଗ୍ମ ଟିମ୍‌ରେ ସାମିଲ ହେବେ । ଯୁଗ୍ମ ସର୍ଭେ ରିପୋର୍ଟ ଉପରେ ଶୁଣାଣି ଜୁଲାଇ ୯ ତାରିଖରେ ହେବ ବୋଲି ଟ୍ରିବ୍ୟୁନାଲ ଆଦେଶ ‌ଦେଇଛନ୍ତି।

ସମ୍ବନ୍ଧିତ ଖବର