ଦିଗ ବଦଳାଇଲା ‘ବାୟୁ’; ଆସନ୍ତା ସପ୍ତାହରେ ଗୁଜରାଟର କଚ୍‌ରେ କରିପାରେ ଲ୍ୟାଣ୍ଡଫଲ୍

ନୂଆଦିଲ୍ଲୀ: ସାମୁଦ୍ରିକ ବାତ୍ୟା ‘ବାୟୁ’ ଦିଗ  ବଦଳାଇ ଆସନ୍ତା ସପ୍ତାହରେଗୁଜରାଟର କଚ୍‌ ଅଞ୍ଚଳରେ ସ୍ଥଳଭାଗ ଛୁଇଁବାର ସମ୍ଭାବନା ଅଛି।
ଗୁରୁବାର ଦିନ ସାମୁଦ୍ରିକ ବାତ୍ୟା ‘ବାୟୁ’ ଗୁଜରାଟ ଉପକୂଳରେ ସ୍ଥଳଭାଗକୁ ଆସିବାର ଥିଲା କିନ୍ତୁ ବୁଧବାର-ଗୁରୁବାର ରାତିରେ ପଥ ପରିବର୍ତ୍ତନ କରିଥିଲା । ଗୁଜୁରାଟର  ଗିର୍‌, ସୋମନାଥ, ଜୁନାଗଡ଼ ଏବଂ ପୋରବନ୍ଦର ଦେଇ ସମୁଦ୍ର ମଧ୍ୟରେ ଗତି କରି ଚାଲିଯାଇଥିଲା।

News Nation

ଭୂବିଜ୍ଞାନ ମନ୍ତ୍ରାଳୟର ସଚିବ ଏମ୍‌ ରାଜୀବନ୍‌ଙ୍କ ଅନୁସାରେ ଜୁନ୍‌ ୧୬ ତାରିଖ ଦିନ ‘ବାୟୁ’ ମୋଡ଼ ବଦଳାଇ ଜୁନ୍‌ ୧୭-୧୮ ଆଡ଼କୁ କୁଚ୍‌ ଅଞ୍ଚଳରେ ସ୍ଥଳଭାଗକୁ ଆସିବାର ସମ୍ଭାବନା ଅଛି। ସେ ଆହୁରି କହିଛନ୍ତି ଯେ ଏଇ ସାମୁଦ୍ରିକ ବାତ୍ୟାର ତୀବ୍ରତା କମିଯିବାର ସମ୍ଭାବନା ଥିବାରୁ ଏହା ସାମୁଦ୍ରିକ ବତାସ କିଂବା ଲଘୁଚାପ ଭାବେ ଉପକୂଳକୁ ଆସି ପାରେ।  ସାମୁଦ୍ରିକ ବାତ୍ୟାର ସମ୍ଭାବ୍ୟ ଗତିପଥ ପରିବର୍ତ୍ତନ ସମ୍ବନ୍ଧରେ ଗୁଜରାଟ ସରକାରଙ୍କୁ ସତର୍କ ସୂଚନା ଦିଆଯାଇଛି।

ଆଇଏମ୍‌ଡିର ସଦ୍ୟତମ ରିପୋର୍ଟ ସଂକ୍ରାନ୍ତରେ ଅହମଦାବାଦ ପାଣିପାଗ କେନ୍ଦ୍ରର ନିର୍ଦେଶକ ମନୋରମା ମହାନ୍ତି କହିଛନ୍ତି, ବାତ୍ୟା ମୋଡ଼ ବଦଳାଇ କଚ୍‌ କି, ସୌରାଷ୍ଟ୍ର ଅଞ୍ଚଳରେ ସ୍ଥଳଭାଗକୁ ପ୍ରବେଶ କରିବା ତାହା ଏବେଠୁଁ କହିବା ସମ୍ଭବପର ନୁହେଁ। ଗୁଜରାଟର ମୁଖ୍ୟ ଶାସନ ସଚିବ ଜେଏନ୍‌ ସିଂହ କହିଛନ୍ତି ଯେ ପରିସ୍ଥିତି ଉପରେ ସରକାର ଦୃଷ୍ଟି ରଖିଛନ୍ତି।

ସମ୍ବନ୍ଧିତ ଖବର