ବେଦାନ୍ତ ହାତେଇଲା ସୁନ୍ଦରଗଡ଼ର ଜାମଖଣି କୋଇଲା ବ୍ଲକ, କେନ୍ଦ୍ରର ମଂଜୁରୀ

ନୂଆଦିଲ୍ଲୀ : ଚାରି ବର୍ଷର ବ୍ୟବଧାନ ପରେ କେନ୍ଦ୍ର ସରକାର ୫ଟି କୋଇଲା ଖଣି ଆବଣ୍ଟନକୁ ମଞ୍ଜୁରୀ ଦେଇଛନ୍ତି । ଏହି ୫ଟି ମଧ୍ୟରେ ରହିଛି ମଧ୍ୟପ୍ରଦେଶର ବିକ୍ରମ ଓ ବ୍ରହ୍ମପୂରୀ, ଛତିଶଗଡ଼ର ଭାସ୍କରପଡା, ପଶ୍ଚିମବଙ୍ଗର ଜଗନ୍ନାଥପୁର-ବି ଓ ଓଡ଼ିଶାର ଜାମଖଣି । ଓଡ଼ିଶାର ସୁନ୍ଦରଗଡ଼ରେ ଥିବା ଜାମଖଣି କୋଇଲା ବ୍ଲକକୁ ବେଦାନ୍ତ କମ୍ପାନି ହାତେଇଛି । ଗତ ନଭେମ୍ବର ମାସରେ ଶେଷ ହୋଇଥିବା ନିଲାମରେ ବେଦାନ୍ତ ଏହି ଖଣି ପାଇଁ ସର୍ବୋଚ୍ଚ ମୂଲ୍ୟର ନିଲାମ ଡାକିଥିଲା ।

ଏହି କୋଇଲା ବ୍ଲକରେ ଆନୁମାନିକ ପ୍ରାୟ ୧୧୪ ନିୟୁତ ଟନ କୋଇଲା ଗଚ୍ଛିତ ରହିଛି । ବାର୍ଷିକ ୨.୬ ନିୟୁତ ଟନ କୋଇଲା ଉତ୍ତୋଳନ ପାଇଁ ବେଦାନ୍ତକୁ ଅନୁମତି ଦିଆଯାଇଛି । ବେଦାନ୍ତର ଝାରସୁଗୁଡା ଜିଲ୍ଲାରେ ନିଜସ୍ୱ ତାପଜ ବିଦ୍ୟୁତ ପ୍ରକଳ୍ପ ଓ ଆଲୁମିନିୟମ ସ୍ମେଲଟର ଥିବାରୁ ଏହି କୋଇଲା ଖଣି କମ୍ପାନି ପାଇଁ ବେଶ ଉପଯୋଗୀ ହୋଇପାରିବ । ଏହି ଖଣି କାର୍ଯ୍ୟକ୍ଷମ ହୋଇ କୋଇଲା ଯୋଗାଇବା ପରେ ବେଦାନ୍ତ ଝାରସୁଗୁଡାର କୋଇଲା ସଂକଟ ଦୂର ହେବା ଆଶା କରାଯାଉଛି । ଏହା ପୂର୍ବରୁ ବେଦାନ୍ତ ଛତିଶଗଡ଼ର ‘ଛୋଟିଆ’ କୋଇଲା ବ୍ଲକ ନିଲାମ ମାଧ୍ୟମରେ ପାଇଥିଲା ।

ସମ୍ବନ୍ଧିତ ଖବର