ପ୍ରତିଷ୍ଠା ହେବ ବୈଦିକ ବିଶ୍ୱବିଦ୍ୟାଳୟ : ଏଥିପାଇଁ ସମସ୍ତ ଖର୍ଚ୍ଚ ବହନ କରିବା ପାଇଁ ନିଜ ଆଡ଼ୁ ପ୍ରସ୍ତାବ ଦେଲେ ବାବା ରାମଦେବ

ନୂଆଦିଲ୍ଲୀ : ମୋଦି ସରକାର କେନ୍ଦ୍ରୀୟ ସ୍ତରରେ ବୈଦିକ ବିଶ୍ୱିବିଦ୍ୟାଳୟ ସ୍ଥାପନା କରିବା ପାଇଁ ମଞ୍ଜୁରି ପ୍ରଦାନ କରିଛନ୍ତି । ବାବା ରାମଦେବ ଏହି ବିଶ୍ୱବିଦ୍ୟାଳୟ ସଂଚାଳନ କରିବେ ବୋଲି ଶୁଣିବା ପାଇଁ ମିଳୁଛି । ଗତ ସପ୍ତାହରେ କେନ୍ଦ୍ର ମାନବ ସମ୍ଭଳ ବିକାଶ ମନ୍ତ୍ରୀ ପ୍ରକାଶ ଜାଭଡ଼େକର କହିଛନ୍ତି ମନ୍ତ୍ରାଳୟ ଏଥିପାଇଁ ଜୋରସୋରରେ ପ୍ରସ୍ତୁତି ଚଳାଇଛି ।

ସୂଚନା ଅନୁସାରେ ବୈଦିକ ବିଶ୍ୱିବିଦ୍ୟାଳୟ ସ୍ଥାପନା ନେଇ କେନ୍ଦ୍ର ମାନବ ସମ୍ଭଳ ବିକାଶ ମନ୍ତ୍ରୀ ପ୍ରକାଶ ଜାଭଡ଼େକର ଓ ବାବା ରାମଦେବଙ୍କ ପ୍ରତିନିଧିଙ୍କ ମଧ୍ୟରେ ଆଲୋଚନା ହୋଇଥିଲା । ଏ ସମ୍ପର୍କରେ ପତଞ୍ଜଳି ପ୍ରତିନିଧି ଓ ମନ୍ତ୍ରୀଙ୍କ ମଧ୍ୟରେ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ବସିଥିଲା । ବାବା ରାମଦେବ ବିଶ୍ୱବିଦ୍ୟାଳୟ ଚେୟାରପର୍ସନ ହେବା ସହ, ଏଥିପାଇଁ ହେବାକୁ ଥିବା ସମସ୍ତ ଖର୍ଚ୍ଚ ବହନ କରିବା ପାଇଁ ନିଜ ଆଡ଼ୁ ପ୍ରସ୍ତାବ ଦେଇଛନ୍ତି ।

ସୂଚନାଯୋଗ୍ୟ ୨୦୧୫ରେ ଯୋଗାଗୁରୁ ରାମଦେବ ବୈଦିକ ଶିକ୍ଷା ଲାଭ ପାଇଁ ଏକ ବୋର୍ଡ଼ ସ୍ଥାପନ ପାଇଁ ସରକାରଙ୍କ ପାଖରେ ଏକ ପ୍ରସ୍ତାବ ରଖିଥିଲେ । କିନ୍ତୁ ସେତେବେଳେ ମାନବ ସମ୍ବଳ ବିକାଶ ମନ୍ତ୍ରାଳୟ ଏହି ପ୍ରସ୍ତାବକୁ ଖାରଜ କରିଦେଇଥିଲେ । ଆଉ ଏହାପରେ ୨୦୧୬ରେ ସ୍ମୁତି ଇରାନି ବେଦବିଦ୍ୟାର ଏହି ପ୍ରସ୍ତାବକୁ ଆଗକୁ ବୃଦ୍ଧି କରାଇଥିଲେ ।

ସମ୍ବନ୍ଧିତ ଖବର