ରନ୍‌େଓ୍ଵ ଉପରକୁ ହଠାତ୍‌ ପଶି ଆସିଲା ଗାଡ଼ି; ଅଳ୍ପରେ ବର୍ତ୍ତିଗଲା ୧୮୦ ଯାତ୍ରୀଙ୍କୁ ନେଇ ହାଇଦ୍ରାବାଦରୁ ଗୋଆ ଅଭିମୁଖେ ଉଡ଼ାଣ ଭରୁଥିବା ଇଣ୍ଡିଗୋ ବିମାନ

ହାଇଦ୍ରାବଦ୍‌: ହାଇଦ୍ରାବାଦ୍‌ ରାଜୀବ ଗାନ୍ଧୀ ଅନ୍ତର୍ଜାତୀୟ ବିମାନ ବନ୍ଦରରୁ ୧୮୦ ଜଣ ଯାତ୍ରୀଙ୍କୁ ଧରି ଗୋଆ ଅଭିମୁଖେ ଉଡ଼ାଣ ଭରୁଥିବା ଇଣ୍ଡିଗୋ ଏୟାରଲାଇନ୍ସର ଏକ ବିମାନ ଆଜି ବଡ଼ ଧରଣର ଦୁର୍ଘଟଣାରୁ ଅଳ୍ପକରେ ବର୍ତ୍ତିଯିବା ସହ ସମସ୍ତ ଯାତ୍ରୀଙ୍କର ଜୀବନ ବଞ୍ଚିଯାଇଛି।

ହସ୍ତଗତ ହୋଇଥିବା ଘଟଣାର ବିବରଣୀରୁ ପ୍ରକାଶ ଇଣ୍ଡିଗୋ ଏୟାରଲାଇନ୍ସର ୬ଇ୭୪୩ ନମ୍ବର ବିଶିଷ୍ଟ ଏକ ଏ୩୨୦ ଏୟାର ବସ୍‌ ୧୮୦ ଜଣ ଯାତ୍ରୀଙ୍କୁ ଧରି ହାଇଦ୍ରାବଦ୍‌ ରାଜୀବ ଗାନ୍ଧୀ ଅନ୍ତର୍ଜାତୀୟ ବିମାନ ବନ୍ଦରରୁ ଗୋଆ ଅଭିମୁଖେ ସକାଳ ୬ଟାରେ ଉଡ଼ାଣ ଆରମ୍ଭ କରିଥିଲା। ତେବେ, ବିମାନର ପାଇଲଟ୍‌ ଉଡ଼ାଣ ଆରମ୍ଭ କରିବା ପାଇଁ ଏୟାର ଟ୍ରାଫିକ୍‌ କଣ୍ଟ୍ରୋଲ (ଏଟିସି) ଠାରୁ ଅନୁମତି ପାଇବା ପରେ ଉଡ଼ାଣ ଭରିବା ଉଦ୍ଦେଶ୍ୟରେ ବିମାନଟିକୁ ରନ୍‌େଓ୍ଵ ଉପରେ ଖୁବ୍‌ ଦ୍ରୁତ ଗତିରେ ନେଇ ଯାଉଥିଲେ। ତେବେ, ଇଣ୍ଡିଗୋ ବିମାନଟି ଠିକ୍‌ ଆକାଶ ମାର୍ଗକୁ ଉଠିବାକୁ ଯାଉଥିବା ବେଳେ ଏହା ସମ୍ମୁଖକୁ ରନ୍‌େଓ୍ଵ ଉପରେ ଏକ ଗାଡ଼ି ଆସି ଯାଇଥିଲା। ତେବେ, ଏଘଟଣା ଦେଖିବା ପରେ ବିମାନର କକ୍‌ପିଟ୍‌ରେ ଥିବା ପାଇଲଟ୍‌ ଦ୍ୱୟ ବିମାନର ଜରୁରୀକାଳୀନ ବ୍ରେକ୍‌ ପ୍ରୟୋଗ କରି ବିମାନଟିକୁ ରନ୍‌େଓ୍ଵ ଉପରେ ଅଟକାଇ ଦେଇଥିଲେ। ଫଳରେ ରନ୍‌େଓ୍ଵ ଉପରେ ଗାଡ଼ି ଦେହରେ ପିଟି ହୋଇ ଏକ ବଡ଼ ଧରଣର ଦୁର୍ଘଟଣାକୁ ସାମ୍ନା କରିବା ପୂର୍ବରୁ ବିମାନଟି ଅଳ୍ପକରେ ବର୍ତ୍ତି ଯାଇଥିଲା। ତେବେ, ଏ ଘଟଣା ସଂପର୍କରେ ବିମାନ ବନ୍ଦର କର୍ତ୍ତୃପକ୍ଷଙ୍କ ତରଫରୁ ଏକ ତଦନ୍ତ ଆରମ୍ଭ ହୋଇଛି।

ସମ୍ବନ୍ଧିତ ଖବର