ଷ୍ଟାଚ୍ୟୁ ଅଫ ୟୁନିଟି ଦେଖିବାକୁ ଦିନକୁ ୩୦ ହଜାର ଦର୍ଶକ ଆସୁଛନ୍ତି, ମନ୍ତ୍ରମୁଗ୍ଧ ହେଲେ ଆମେରିକାର କନସୁଲେଟ ଜେନେରାଲ

ଅହମଦାବାଦ : ଗୁଜୁରାଟରେ ନର୍ମଦା ନଦୀ ଉପରେ ନିର୍ମିତ ବିଶ୍ୱର ବୃହତ୍ତମ ପ୍ରତିମୂର୍ତ୍ତି ଷ୍ଟାଚ୍ୟୁ ଅଫ ୟୁନିଟିକୁ ଦେଖିବାକୁ  ଦୈନିକ ପ୍ରାୟ ୧୫ ହଜାର ଦର୍ଶକ ଆସିବେ ବୋଲି ପୂର୍ବରୁ ରାଜ୍ୟ ସରକାର ଅଟକଳ କରିଥିଲେ । କିନ୍ତୁ ଏବେ ଦିନକୁ ପ୍ରାୟ ୩୦ ହଜାର ଦର୍ଶକ ଆସୁଛନ୍ତି ବୋଲି ଗୁଜୁରାଟର ପର୍ଯ୍ୟଟନ ସଚିବ ଏସଜେ ହାଇଦର କହିଛନ୍ତି । ସେ କହିଛନ୍ତି ଅଳ୍ପ ଦିନରେ ହିଁ ଏହା ଦେଶର ଏକ ଲୋକପ୍ରିୟ ପର୍ଯ୍ୟଟନ ସ୍ଥଳୀରେ ପରିଣତ ହୋଇଛି । ପ୍ରବଳ ଭୀଡ ହେଉଥିବାରୁ ଗୁଜୁରାଟ ସରକାର କିଛି ଦିନ ତଳେ ଅନଲାଇନ ବ୍ୟବସ୍ଥା ଆରମ୍ଭ କରିଥିଲେ  । ଏଣିକି ଅନଲାଇନରେ ଟିକେଟ ବୁକିଂ ବ୍ୟବସ୍ଥା ଆରମ୍ଭ ହୋଇଯାଇଛି । ଦର୍ଶକମାନେ ଅନଲାଇନରେ ଟିକେଟ ବୁକିଂ କରି ନିଜ ପସନ୍ଦର ସମୟ ବାଛିପାରିବେ । ଅନଲାଇନରେ ବସ ଟିକେଟ ମଧ୍ୟ କରିପାରିବେ ।

ଅନ୍ୟପକ୍ଷରେ ବିଦେଶରେ ମଧ୍ୟ   ଷ୍ଟାଚ୍ୟୁ ଅଫ ୟୁନିଟିର କ୍ରେଜ ବଢିଚାଲିଛି । ନିକଟରେ ଭାରତରେ ଅବସ୍ଥାପିତ ଆମେରିକୀୟ କନସୁଲେଟ ଜେନେରାଲ ଏଡଗାଡ କଗନ ଏହାକୁ  ଦେଖି ମନ୍ତ୍ରମୁଗ୍ଧ ହୋଇଯାଇଛନ୍ତି । ଏହି ମୂର୍ତ୍ତିର ବିଶାଳତା, ସୌନ୍ଦର୍ଯ୍ୟ ଓ ଏ ଅଂଚଳର ପ୍ରାକୃତିକ ଦୃଶ୍ୟ ଦେଖି ସେ ବିମୋହିତ ବୋଲି ପ୍ରକାଶ କରିଛନ୍ତି ।

ସମ୍ବନ୍ଧିତ ଖବର