ମୁମ୍ବାଇ: ବଲିଉଡର ବରିଷ୍ଠ ଅଭିନେତ୍ରୀ ନିମିଙ୍କର ମୁମ୍ବାଇରେ ପରଲୋକ ହୋଇଥିବା ଜଣାଯାଇଛି। ବୁଧବାର ସନ୍ଧ୍ୟାରେ ତାଙ୍କର ଦେହାନ୍ତ ନିଜ ବାସଭବନରେ ହୋଇଛି। ମୃତ୍ୟୁ ବେଳକୁ ତାଙ୍କୁ ୮୮ ବର୍ଷ ବୟସ ହୋଇଥିଲା । ପୂର୍ବରୁ ସେ କିଛି ସମୟ ଧରି ହସ୍ପିଟାଲରେ ଚିକିତ୍ସିତ ହେଉଥିଲେ ।
ଗୁରୁବାର ଅପରାହ୍ନରେ ନିମିଙ୍କ ଶେଷ ରୀତିନୀତି ଅନୁଷ୍ଠିତ ହେବ ବୋଲି ସୂଚନା ମିଳିଛି।
ପଚାଶ ଓ ଷାଠିଏ ଦଶକର ଏହି ଲୋକପ୍ରିୟ ନାୟିକାଙ୍କ ଜନ୍ମ ୧୯୩୩ ମସିହା ଫେବ୍ରୁଆରି ୧୮ ତାରଖରେ ଆଗ୍ରାଠାରେ ହୋଇଥିଲା। ରାଜ କପୁର ତାଙ୍କୁ ସ୍କ୍ରିନ୍ ନାମ ଦେଇଥିଲେ ନିମି |
ନିମି ପ୍ରଥମେ୧୯୪୯ମସିହାରେ ମୁକ୍ତିଲାଭ କରିଥିବା ‘ବରସାତ୍’ ଫିଲ୍ମରେ ଅଭିନୟ କରିଥିଲେ। ପରବର୍ତ୍ତୀ ସମୟରେ ନିମି ରାଜ କପୁର, ଦେବ ଆନନ୍ଦ ଏବଂ ଦିଲୀପ କୁମାରଙ୍କ ସହ କାମ କରିଥିଲେ। ୧୯୫୨ ମସିହାରେ ନିମି ଦିଲୀପ କୁମାର, ପ୍ରେମ ନାଥ ଏବଂ ନାଦିରାଙ୍କ ସହ ମେହବୁବ ଖାନଙ୍କ ବଡ ବଜେଟ ଫିଲ୍ମ ‘ଆନ୍’ ରେ ଅଭିନୟ କରିଥିଲେ। ତାଙ୍କର ଅନ୍ୟ ଲୋକପ୍ରିୟ ଚଳଚ୍ଚିତ୍ର ହେଲା ‘ସଜା’, ‘ଉଡ଼ନ ଖଟୋଲା’, ‘ଭାଇ-ଭାଇ’, ‘କୁନ୍ଦନ’, ‘ମେରେ ମେହବୁବ’, ‘ପୂଜାକେ ଫୁଲ’, ‘ଆକାଶଦୀପ’ ଆଦି ।ନିମି ଲେଖକ ଅଲି ରଜାଙ୍କୁ ବିବାହ କରିଥିଲେ, ଯିଏକି ୨୦୦୭ରେ ଶେଷ ନିଶ୍ବାସ ତ୍ୟାଗ କରିଥିଲେ।
ନିମିଙ୍କ ବିୟୋଗରେ ଜଣାଶୁଣା ଚଳଚ୍ଚିତ୍ର ନିର୍ମାତା-ନିର୍ଦେଶକ ମହେଶ ଭଟ୍ଟ ଟୁଇଟରରେ ନିଜର ସମବେଦନା ଜଣାଇଛନ୍ତି। ସେ ଲେଖିଛନ୍ତି, '' ତୁମେ ତୁମର ହୃଦୟ ଇଚ୍ଛା ଜିତିବ, କିନ୍ତୁ ଶେଷରେ ତୁମେ ମୃତ୍ୟୁ ଦ୍ୱାରା ପ୍ରତାରିତ ହେବ | ବିଦାୟ ନିମିଜୀ। ’
ଠିକ୍ ସହିପରି ପ୍ରଖ୍ୟାତ ଅଭିନେତା ଋଷି କପୁର ମଧ୍ୟ ନିମିଙ୍କ ବିୟୋଗରେ ଶୋକ ପ୍ରକାଶ କରି ଟୁଇଟରରେ ଲେଖିଛନ୍ତି‘ ଧନ୍ୟବାଦ ନିମି ଆଣ୍ଟି, ‘ବବି’କୁ ଏହାର ପ୍ରିମିୟର୍ ରିଲିଜ୍ ପରେ ଆଶୀର୍ବାଦ ଦେଇଥିବାରୁ। ଆପଣ ଆର.କେ. ପରିବାରର ଅଂଶ ଥିଲେ। ‘ବରସାତ୍’ ଆପଣଙ୍କର ପ୍ରଥମ ଚଳଚ୍ଚିତ୍ର ଥିଲା। ଆଲ୍ଲା ଆପଣଙ୍କୁ ଜନ୍ନତରେ ରଖନ୍ତୁ।’
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2020/03/nimmi.png)