ଭିଏଚ୍‌ପିର ନୂଆ ଅଧ୍ୟକ୍ଷ ହେଲେ କୋକ୍‌ଜେ

ନୂଆଦିଲ୍ଲୀ: ବିଶ୍ୱ ହିନ୍ଦୁ ପରିଷଦ(ଭିଏଚ୍‌ପି)ରେ ତୋଗାଡ଼ିଆ ଯୁଗର ଅନ୍ତ ଘଟିଛି। ଆଜି ଗୁରୁଗ୍ରାମ୍‌ରେ ସଂଗଠନର ଅଧ୍ୟକ୍ଷ ନିର୍ବାଚନରେ ଭିଏଚ୍‌ପି ନେତା ପ୍ରବୀଣ ତୋଗାଡିଆଙ୍କ ଅତି ଘନିଷ୍ଠ ରାଘବ ରେଡ୍ଡି ପରାସ୍ତ ହୋଇଛନ୍ତି। ହିମାଚଳ ପ୍ରଦେଶର ପୂର୍ବତନ ରାଜ୍ୟପାଳ ବିଷ୍ଣୁ ସଦାଶିବ କୋକ୍‌ଜେ ନୂତନ ଅଧ୍ୟକ୍ଷ ଭାବେ ନିର୍ବାଚିତ ହୋଇଛନ୍ତି। ବିଗତ ୫୪ ବର୍ଷରେ ପ୍ରଥମ ଥର ପାଇଁ ଆଜି ଭିଏଚ୍‌ପିର ଅନ୍ତର୍ଜାତୀୟ ଅଧ୍ୟକ୍ଷ ପଦ ପାଇଁ ନିର୍ବାଚନ ହୋଇଛି। ସଂଗଠନରେ ଏବେ ତୋଗାଡ଼ିଆ ଓ ରାଘବ ରେଡ୍ଡିଙ୍କୁ କୌଣସି ଗୁରୁ ଦାୟିତ୍ୱ ମିଳିବ ନାହିଁ ବୋଲି ଜଣାପଡ଼ିଛି।

ସମ୍ବନ୍ଧିତ ଖବର