ଭାଇସ୍‌ ଆଡ୍‌ମିରାଲ୍‌ କରମବୀର ସିଂହଙ୍କୁ ନୌସେନା ମୁଖ୍ୟ ଭାବେ ନିଯୁକ୍ତି, ବିରୋଧ କରି ଅଦାଲତଙ୍କ ଦ୍ୱାରସ୍ଥ ହେଲେ ଭାଇସ୍‌ ଆଡ୍‌ମିରାଲ୍‌ ବିମଲ ବର୍ମା

ନୂଆଦିଲ୍ଲୀ: ଭାଇସ୍‌ ଆଡ୍‌ମିରାଲ୍‌ କରମବୀର ସିଂହଙ୍କୁ ନୌସେନା ମୁଖ୍ୟ ଭାବେ ନିଯୁକ୍ତ କରାଯିବା ନେଇ ସୋମବାର ସେନା କର୍ମଚାରୀ ଟ୍ରିବୁନାଲର ଦ୍ୱାରସ୍ଥ ହୋଇଛନ୍ତି ଭାଇସ୍‌ ଆଡ୍‌ମିରାଲ୍‌ ବିମଲ ବର୍ମା।

ନୌସେନା ମୁଖ୍ୟ ଆଡ୍‌ମିରାଲ୍‌ ସୁନୀଲ ଲନ୍‌ବା ମେ ୩୧ ତାରିଖରେ ଅବସର ଗ୍ରହଣ କରିବାକୁ ଥିବା ହେତୁ ଭାଇସ୍‌ ଆଡ୍‌ମିରାଲ୍‌ କରମବୀର ସିଂହଙ୍କୁ ତାଙ୍କ ସ୍ଥାନରେ ଗତ ମାର୍ଚ ୨୩ ତାରିଖରେ ନୌସେନା ମୁଖ୍ୟ ଭାବେ ନିଯୁକ୍ତି ଦିଆଯାଇଛି।

ମାତ୍ର ସିଂହଙ୍କୁ ଦିଆଯାଇଥିବା ନିଯୁକ୍ତିରେ ଅସନ୍ତୋଷ ପ୍ରକାଶ କରିଛନ୍ତି ବର୍ମା। ଭାଇସ୍‌ ଆଡ୍‌ମିରାଲ୍‌ ବିମଲ ବର୍ମା ସଂପ୍ରତି ଆଣ୍ଡାମାନ ନିକୋବରରେ ନୌସେନା କମାଣ୍ଡର୍‌ ଇନ୍‌ ଚିଫ୍‌ ଭାବେ କାର୍ଯ୍ୟରତ।

ବିମଲ ବର୍ମା ଦାୟର କରିଥିବା ଯାଚିକାରେ ଉଲ୍ଲେଖ କରିଛନ୍ତି ଯେ ତାଙ୍କଠାରୁ କନିଷ୍ଠ ପଦବୀରେ ଥିବା କରମବୀର ସିଂହଙ୍କୁ ନୌସେନା ମୁଖ୍ୟ କରାଯିବା ତାଙ୍କ ପ୍ରତି ଅସମ୍ମାନଜନକ। ବର୍ମା ଭାରତୀୟ ନୌସେନାରୁ ୧୯୭୯ ମସିହାରୁ କାମ କରି ଆସୁଥିବା ବେଳେ ସିଂହ ତାଙ୍କଠାରୁ ବର୍ଷେ ପରେ ଅର୍ଥାତ ୧୯୮୦ ମସିହାରେ ନୌସେନାରେ ନିଯୁକ୍ତି ପାଇଥିଲେ ବୋଲି ସେ ଦର୍ଶାଇଛନ୍ତି।

ଆପଣଙ୍କ ସୂଚନା ସକାଶେ ଜଣାଇ ଦେଉଛୁ ଯେ ବର୍ମା ହେଉଛନ୍ତି ୨୦୦୯-୧୨ ମସିହାରେ ନେସେନା ମୁଖ୍ୟ ଭାବେ କାର୍ଯ୍ୟ କରୁଥିବା ଆଡ୍‌ମିରାଲ୍‌ ନିର୍ମଳ ବର୍ମାଙ୍କ ଭାଇ।

ସମ୍ବନ୍ଧିତ ଖବର