ଶୁଖିଗଲା ବିଶ୍ୱର ସବୁଠାରୁ ବଡ଼ ଜଳପ୍ରପାତ ଭିକ୍ଟୋରିଆ, ଫଟୋ ଦେଖିଲେ ଆପଣ ବି ହୋଇଯିବେ ତାଜୁବ !

ନୂଆଦିଲ୍ଲୀ: ସାରା ବିଶ୍ୱରେ ଏବେ ଜଳବାୟୁ ପରିବର୍ତ୍ତନ ଏକ ବଡ଼ ସମସ୍ୟା ହୋଇ ଉଭା ହୋଇଛି | ବିଭିନ୍ନ ସଂଗଠନ ଏହାକୁ ନେଇ ସ୍ୱର ଉତ୍ତୋଳନ କରୁଥିବାବେଳେ ଏବେ ଏଭଳି ଏକ ଦୃଶ୍ୟ ସାମ୍ନାକୁ ଆସିଛି ଯାହାକି ପରିବେଶବିତଙ୍କୁ ଆଶ୍ଚର୍ଯ୍ୟ କରିଛି | କାରଣ ବିଶ୍ୱର ସବୁଠାରୁ ବଡ ଓସାରିଆ ଜଳପ୍ରପାତ ୫୦ ପ୍ରତିଶତରୁ ଅଧିକ ଶୁଖିଯାଇଛି | ଦକ୍ଷିଣ ଆଫ୍ରିକାର ଜାମ୍ବିଆ ଓ ଜିମ୍ବାୱେ ମଧ୍ୟରେ ସୀମା ବିଭାଜନ କରୁଥିବା ଏହି ଜଳପ୍ରପାତର ଜଳପ୍ରବାହ ବହୁ ମାତ୍ରାରେ କମିଯାଇଛି |

Photo-Reuters

ଜାମ୍ବିଆ ରାଷ୍ଟ୍ରପତି ଜଳବାୟୁ ପରିବର୍ତ୍ତନ ଯୋଗୁଁ ଏଭଳି ହୋଇଥିବାର ଘଟଣାକୁ ସ୍ୱୀକାର କରିଛନ୍ତି | ଗତ ୨୫ ବର୍ଷ ମଧ୍ୟରେ ଚଳିତବର୍ଷ ଏହି ଜଳପ୍ରପାତ ସବୁଠାରୁ ଅଧିକ ଶୁଖିଯାଇଥିବାର ନଜର ଆସିଛି |

Photo-Reuters

ଜାମ୍ବିଆ ରାଷ୍ଟ୍ରପତି ଏଡ଼ଗର ଲୁଙ୍ଗୁ କହିଛନ୍ତି ଯେ ଜଳବାୟୁ ପରିବର୍ତ୍ତନର ପ୍ରଭାବକୁ ବାସ୍ତବ ଭାବରେ ଅନୁଭବ କରିହେଉଛି କାରଣ ଜଳପ୍ରପାତରେ ଏହି ପ୍ରଭାବକୁ ଦେଖିହେଉଛି | ଏଠାରେ ସୂଚନା ଥାଉ କି ଭିକ୍ଟୋରିଆ ଜଳପ୍ରପାତକୁ ପ୍ରତିବର୍ଷ ବହୁ ସଂଖ୍ୟାରେ ପର୍ଯ୍ୟଟକ ବୁଲିବାକୁ ଆସିଥାନ୍ତି | ଏହାକୁ ମୋସି ଓୟା ତୁନୟା ନାମରେ ମଧ୍ୟ ସମସ୍ତେ ଜାଣିଥାନ୍ତି |

ସମ୍ବନ୍ଧିତ ଖବର