ବିନା ଚାଳକରେ ୯୦କିଲୋମିଟର ପର୍ଯ୍ୟନ୍ତ ଗଡ଼ିଲା ୨୬୮ଟି ବଗି ଥିବା ଟ୍ରେନ୍‌,ରୋକିବା ପାଇଁ ଏହି ଉପାୟ ଆପଣାଇଲା ରେଳବାଇ

ନୂଆଦିଲ୍ଲୀ : ଅଷ୍ଟ୍ରେଲିଆରେ ଏକ ଟ୍ରେନ୍‌ ବିନା ଚାଳକରେ ୯୦କିଲୋମିଟର ପର୍ଯ୍ୟନ୍ତ ଆପେ ଆପେ ଯିବା ଘଟଣା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି । ଟ୍ରେନ୍‌ରେ ୨୬୮ଟି ବଗି ଥିବାରୁ ସୁରକ୍ଷା ଦୃଷ୍ଟିରୁ ଟ୍ରେନ୍‌କୁ ଲାଇନ୍‌ଚ୍ୟୁତ କରିବାକୁ ବାଧ୍ୟ ହୋଇଥିଲା ରେଳବାଇ । ପାଖାପାଖି ଏକ ଘଣ୍ଟା ପର୍ଯ୍ୟନ୍ତ ଟ୍ରେନ୍‌ ବିନା ଚାଳକରେ ୯୦କିଲୋମିଟର ଯିବା ପରେ ଏହାକୁ ଲାଇନ୍‌ଚ୍ୟୁତ କରିବା ପାଇଁ ନିଷ୍ପତ୍ତିି ନିଆଯାଇଥିଲା । ଲାଇନ୍‌ଚ୍ୟୁତ କରାଯିବା ପରେ ଟ୍ରେନ୍‌ଟି ଅଟକିଥିଲା । ଲାଇନ୍‌ଚ୍ୟୁତ କରାଯିବା ଫଳରେ ୧.୫ କିଲୋମିଟରର ରେଳ ଧାରଣା ନଷ୍ଟ ହୋଇ ଯାଇଥିବା ଜଣା ପଡ଼ିଛି । ଏହି ଘଟଣାରେ କେହି ମୃତାହତ ହୋଇ ନାହାନ୍ତି ।

ABC

ସୂଚନା ମୁତାବକ, ଗାଡ଼ିଟି ଷ୍ଟେସନରେ ରହିବା ପରେ ନିରୀକ୍ଷଣ କରିବା ପାଇଁ ଗାଡ଼ିରୁ ତଳକୁ ଓହ୍ଲାଇଥିଲେ ଚାଳକ । ଏହି ସମୟରେ ଗାଡ଼ିଟି ଆପେ ଆପେ ଗଡ଼ିବାକୁ ଲାଗିଥିଲା । ଗାଡ଼ି ରୋକିବାର ପ୍ରୟାସ କରିବା ପୂର୍ବରୁ ହିଁ ଗାଡ଼ିଟି ଦ୍ରୁତ ଗତିରେ ଆଗକୁ ମାଡ଼ି ଚାଲିଥିଲା । ଘଣ୍ଟାଏ ପର୍ଯ୍ୟନ୍ତ ରୋକିବା ପାଇଁ କୌଣସି ଉପାୟ ନ ପାଇ ରେଳବାଇ ଲାଇନ୍‌ଚ୍ୟୁତ କରିବାର ନିଷ୍ପତ୍ତିି ନେଇଥିଲେ । ଏଥିରେ କ୍ଷତିଗ୍ରସ୍ତ ହୋଇଥିବା ରେଳ ଧାରଣାକୁ ଠିକ୍‌ କରିବା ପାଇଁ ୧୩୦ଜଣ ଶ୍ରମିକ ଲାଗି ପଡ଼ିଥିବା ଜଣାପଡ଼ିଛି । ଖଣି କାରବାର ପାଇଁ ଏହି ରେଳ ଧାରଣାଟି ଅଧିକ ଗୁରୁତ୍ୱପୁର୍ଣ୍ଣ ହୋଇଥିବା ବେଳେ ଏହାକୁ ଯେତେ ଶୀଘ୍ର ସମ୍ଭବ ଠିକ୍‌ କରିବା ପାଇଁ ଚେଷ୍ଟା ଆରମ୍ଭ କରିଛି ରେଳବାଇ ।

ସମ୍ବନ୍ଧିତ ଖବର