ଦିବ୍ୟାଙ୍ଗଙ୍କୁ ଷ୍ଟେସନ ଭିତରକୁ ଛାଡ଼ିବାକୁ ଯିବାରୁ ବୃଦ୍ଧ ରିକ୍ସା ଚାଳକଙ୍କୁ ମାଡ଼ ମାରିଲେ ଦୁଇ ପୁଲିସକର୍ମୀ, ଭିଡିଓରେ ଦେଖନ୍ତୁ ସେ ସମୟର କରୁଣ ଦୃଶ୍ୟ

ନୂଆଦିଲ୍ଲୀ : ସୋସିଆଲ ମିଡିଆରେ ଜଣେ ବୃଦ୍ଧ ରିକ୍ସା ଚାଳକଙ୍କୁ ମାଡ଼ ମରା  ଯାଉଥିବାର ଭିଡିଓ ଭାଇରାଲ ହେବାରେ ଲାଗିଛି । ଭିଡିଓରେ ଅନ୍ୟ କେହି ନୁହେଁ ବରଂ ଦୁଇ ପୁଲିସକର୍ମୀ ବୃଦ୍ଧଙ୍କୁ ମାଡ଼ ମାରୁଥିବା ଦୃଶ୍ୟ ଏବେ ସମସ୍ତଙ୍କୁ ଆନ୍ଦୋଳିତ କରିଛି ।

ମିଳିଥିବା ସୂଚନା ମୁତାବକ, ଭିଡିଓଟି ଜଲନ୍ଧର ସହର ରେଳ ଷ୍ଟେସନର । ବୃଦ୍ଧ ଜଣେ ଦିବ୍ୟାଙ୍ଗଙ୍କୁ ଛାଡ଼ିବା ପାଇଁ ଟ୍ରେନ ପାଖକୁ ନିଜ ରିକ୍ସା ନେଇ ଯାଇଥିଲେ । ସେଠାରୁ ଫେରିବା ସମୟରେ ଦୁଇ ପୁଲିସକର୍ମୀ ତାଙ୍କ ପାଖକୁ ଆସିବା ସହ କିଛି କଥା ହୋଇଥିଲେ । ଏହା ପରେ ଜଣେ ପୁଲିସକର୍ମୀ ବୃଦ୍ଧଙ୍କୁ ମାଡ଼ ମାରିଥିବା ଭିଡିଓରେ ଦେଖାଯାଇଛି । ଭିଡିଓ ଭାଇରାଲ ହେବା ପରେ ଭିଡିଓରେ ନଜର ଆସୁଥିବା ଦୃଶ୍ୟ ଲୋକଙ୍କ ଆଖିରେ ଲୁହ ଆଣି ଦେଇଛି ।

ଶିରୋମଣି ଅକାଳି ଦଳର ନେତା ଓ ଦିଲ୍ଲୀର ରଜୌରୀ ଗାର୍ଡେନରୁ ବିଧାୟକ ଥିବା ମନଜିନ୍ଦର ସିଂହ ସିର୍‌ସା ଏହି ଭିଡିଓକୁ ଅଗଷ୍ଟ ୧ତାରିଖ ସକାଳ ୮ଟା ୩୬ମିନିଟ୍‌ରେ ସେୟାର କରିଥିଲେ । ଯାହା ପରେ ଭିଡିଓଟି ଭାଇରାଲ ହୋଇଥିଲା । ଭିଡିଓ ସେୟାର କରି ବୃଦ୍ଧଙ୍କ ସହ ଏଭଳି ଅମାନବିକ ବ୍ୟବହାର କରିଥିବା ପୁଲିସକର୍ମୀଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି ମନଜିନ୍ଦର ।

ସମ୍ବନ୍ଧିତ ଖବର