ଟିକ୍‌ ଟକ୍‌ ଭିଡିଓ ବନାଇବା ପାଇଁ ବନ୍ୟାଜଳକୁ ଡ଼େଇଁଲେ ଯୁବକ-ଯୁବତୀ, ଭାଇରାଲ ହେଲା ଭିଡିଓ

ମୁମ୍ବାଇ : କିଛି ମାସ ମଧ୍ୟରେ ଟିକ୍‌ ଟକ୍‌କୁ ନେଇ ହେଉଥିବା ବିରୋଧ ତୀବ୍ର ହୋଇଛି । ପିଲାମାନେ ନିଜ ଜୀବନକୁ ବାଜି ଲଗାଇ ଭିଡିଓ ତିଆରି କରିବା ବନ୍ଦ କରୁ ନାହାନ୍ତି । ଅନେକ ରାଜ୍ୟ ଏହି ଚାଇନିଜ୍‌ ଆପ୍‌ ଉପରେ ପ୍ରତିବନ୍ଧକ ଲଗାଇବା ପାଇଁ ଚେଷ୍ଟା ଜାରି ରଖିଥିବା ବେଳେ ଦିନକୁ ଦିନ ବିବାଦୀୟ ଭିଡିଓ ସାମ୍ନାକୁ ଆସିବାରେ ଲାଗିଛି । ମହାରାଷ୍ଟ୍ରର ବିିଭିନ୍ନ ସ୍ଥାନରେ ଏବେ ପିଲାମାନେ ୩୫ଫୁଟ୍‌ ବ୍ରିଜ୍‌ ଉପରୁ ବନ୍ୟା ଜଳକୁ ଡ଼େଉଁଥିବା ଦେଖାଯାଇଛି । ଭିଡିଓଟି ଅଗଷ୍ଟ ୨ରେ ଭାଇରାଲ ହେବା ପରେ ସାମ୍ନାକୁ ଆସିଛି ।

ମିଳିଥିବା ସୂଚନା ମୁତାବକ, ମହାରାଷ୍ଟ୍ରରେ ଥିବା କ୍ରିଷ୍ଣା ନଦୀରେ ପିଲାମାନେ ଏଭଳି ଷ୍ଟଣ୍ଟ କରୁଥିବା ଦେଖାଯାଇଛି । ପ୍ରାୟ ପିଲା ଏଠାକୁ ଆସି ଟିକ୍‌ ଟକ୍‌ ଭିଡିଓ ବନାଉଛନ୍ତି । ସମସ୍ତେ ବ୍ରିଜ୍‌ ତଳକୁ ଡ଼େଉଁଥିବା ଭିଡିଓରେ ନଜର ଆସୁଛି । ତଳେ ବନ୍ୟା ଜଳର ସୁଅ ଅଧିକ ଥିବା ବେଳେ ନିଜ ଜୀବନକୁ ଖାତିର ନ କରି ପିଲାମାନେ ଏଭଳି କରୁଥିବାର ଦୃଶ୍ୟ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି ।

ସମ୍ବନ୍ଧିତ ଖବର