୩ ଦିନିଆ ଗସ୍ତରେ ଭିଏତନାମ ରାଷ୍ଟ୍ରପତି, ୩ ରାଜିନାମା ସ୍ୱାକ୍ଷର

ନୂଆଦିଲ୍ଲୀ: ଭିଏତନାମ ରାଷ୍ଟ୍ରପତି ଟ୍ରାନ୍‌ ଡାଇ କ୍ୱାଙ୍ଗ୍‌ ଏବେ ତିନି ଦିନିଆ ଭାରତ ଗସ୍ତରେ ଆସି ପହଞ୍ଚିଛନ୍ତି। ଗତ ଶୁକ୍ରବାର ଦିନ ୩ ଦିନିଆ ଭାରତ ଗସ୍ତରେ ଆସି ପହଞ୍ଚିଥିବା କ୍ୱାଙ୍ଗ୍‌ଙ୍କୁ ରାଷ୍ଟ୍ରପତି ଭବନରେ ତାଙ୍କ ଭାରତୀୟ ପ୍ରତିପକ୍ଷ ରାଷ୍ଟ୍ରପତି ରାମନାଥ କୋବିନ୍ଦ ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ରମୋଦି ଭବ୍ୟ ସ୍ୱାଗତ ସମ୍ବର୍ନ୍ଧନା ଜଣାଇଛନ୍ତି। କ୍ୱାଙ୍ଗ୍‌ଙ୍କ ପ୍ରଥମ ଭାରତ ଗସ୍ତ ନେଇ ଭାରତ ଏବଂ ଭିଏତନାମ ମଧ୍ୟରେ ୩ଟି ରାଜିନାମା ସ୍ୱାକ୍ଷର ହୋଇଛି। ଉଭୟ କ୍ୱାଙ୍ଗ୍‌ ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ପାରସ୍ପରିକ ଆଲୋଚନା ପରେ ପରମାଣୁ, ଆର୍ଥିକ ଏବଂ ବାଣିଜ୍ୟିକ କ୍ଷେତ୍ରରେ ସହଯୋଗ ବୃଦ୍ଧି ପାଇଁ ୩ଟି ରାଜିନାମା ସ୍ୱାକ୍ଷର କରିଛନ୍ତି। ଏହାବାଦ୍‌ ଇଣ୍ଡିଆନ କାଉନସିଲ ଅଫ ଆଗ୍ରିକଲଚର ଆଣ୍ଡ ରିସର୍ଚ୍ଚ (ଆଇସିଏଆର) ଏବଂ ମିନିଷ୍ଟ୍ରି ଅଫ୍‌ ଆଗ୍ରିକଲଚର ଆଣ୍ଡ ରୁରାଲ ଡେଭେଲପମେଣ୍ଟ ଅଫ ଭିଏତନାମ ମଧ୍ୟରେ ୨୦୧୮-୨୦୨୨ ବର୍ଷ ପାଇଁ ଏକ କାର୍ଯ୍ୟ ଯୋଜନା ମଧ୍ୟ ସ୍ୱାକ୍ଷର ହୋଇଛି। ୩ ରାଜିନାମା ସ୍ୱାକ୍ଷର ପରେ ଏକ ମିଳିତ ଘୋଷଣାନାମାରେ ମୋଦି କହିଛନ୍ତି ଯେ ଆମେ ପ୍ରତିରକ୍ଷା ଉତ୍ପାଦନ ଏବଂ ଜ୍ଞାନକୌଶଳ ବଦଳି କରିବା ଦିଗରେ ଅଧିକ ସୁଯୋଗ ଆବିସ୍କାର କରିବାପାଇଁ ସହଯୋଗ ବୃଦ୍ଧି କରିବୁ। ଏକ ମୁକ୍ତ, ସ୍ୱାଧୀନ ଏବଂ ସମୃଦ୍ଧିଶାଳୀ ଭାରତ ପ୍ରଶାନ୍ତ ଅଞ୍ଚଳ ପାଇଁ ଆମେ ମିଳିତ ଭାବେ କାମ କରିବୁ ଯେଉଁଠି ସାର୍ବଭୌମତ୍ୱ ଏବ ଆନ୍ତର୍ଜାତୀୟ ଆଇନକୁ ସମ୍ମାନ ମିଳିପାରିବ ବୋଲି ମୋଦି କହିଛନ୍ତି।

ସମ୍ବନ୍ଧିତ ଖବର