ପ୍ରତ୍ୟାର୍ପଣ ପାଇଁ ଲଣ୍ଡନ କୋର୍ଟ ଦେଇଥିବା ରାୟ ବିରୋଧରେ ଉପର କୋର୍ଟରେ ଅପିଲ କରିବେ ବିଜୟ ମାଲ୍ୟା

ଲଣ୍ଡନ: ପ୍ରାୟ ୯ ହଜାର କୋଟି ଟଙ୍କାର ବ୍ୟାଙ୍କ ଋଣ ନସୁଝି ବିଦେଶ ପଳାଇଯାଇଥିବା ବିଜୟ ମାଲ୍ୟା ଲଣ୍ଡନର ଏକ କୋର୍ଟ ଦେଇଥିବା ପ୍ରତ୍ୟାର୍ପଣ ରାୟ ବିରୋଧରେ ଉପର କୋର୍ଟରେ ଅପିଲ କରିବେ । ଏ ନେଇ ତାଙ୍କ ଓକିଲ ସଂକେତ ଦେଇଛନ୍ତି । ଗତ ଡିସେମ୍ବର ୧୦ ତାରିଖରେ ମାଲ୍ୟାକୁ ଭାରତକୁ ପ୍ରତ୍ୟାର୍ପଣ ପାଇଁ ଲଣ୍ଡନର ଏକ କୋର୍ଟ ନିର୍ଦ୍ଦେଶ ଦେଇଥିଲେ । ଚିଫ ମାଜିଷ୍ଟ୍ରେଟ ଜଜ ଏମା ଏବର୍ଟନଟ ଏହି ରାୟ ଶୁଣାଇଥିଲେ ।

ଏହା ପୂର୍ବରୁ ମାଲ୍ୟା କହିଥିଲେ ଯେ ସେ ଯେଉଁଠାରେ ବି ଥାଆନ୍ତୁ, ଅର୍ଥ ପରିଶୋଧ କରିବାକୁ ରାଜି ଅଛନ୍ତି । ବ୍ୟାଙ୍କମାନେ ତାହାକୁ ନିଅନ୍ତୁ । କିନ୍ତୁ ସେ ଚୋରୀ କରିଥିବା ଚର୍ଚ୍ଚା ବନ୍ଦ ହେଉ । ଟ୍ଵିଟ୍‌ କରି ସେ ଲେଖିଥିଲେ ଯେ ଯେ ତାଙ୍କୁ ଭାରତରେ ବ୍ୟାଙ୍କ ଠକେଇର ପୋଷ୍ଟର ବୟ ବନେଇଦିଆଯାଇଛି । ବ୍ୟାଙ୍କମାନେ ତାଙ୍କୁ ଇଚ୍ଛାକୃତ ବ୍ୟାଙ୍କ ଖିଲାପୀ ବୋଲି କହୁଛନ୍ତି । ୯ ହଜାର କୋଟି ଟଙ୍କାର ଋଣ କିଙ୍ଗଫିସର ଏୟାରଲାଇନ୍ସକୁ ଦିଆଯାଇଥିଲା, କିନ୍ତୁ ଦୁର୍ଭାଗ୍ୟର ବିଷୟ ହେଉଛି ସେ ସମୟରେ ତେଲଦର ବ୍ୟାରେଲ ପିଛା ରେକର୍ଡ ୧୪୫ ଡଲାରକୁ ଟପିଯାଇଥିଲା । ଏହା ଫଳରେ କମ୍ପାନି ଦେବାଳିଆ ହୋଇଯାଇଥିଲା । କିନ୍ତୁ ସେ ଏହି ଅର୍ଥ ଚୋରୀ କରି ନେଇଛନ୍ତି ବୋଲି ପ୍ରଚାର କରାଯାଉଛି । କିନ୍ତୁ ସେ ଇଚ୍ଛାକରି ଋଣ ଖିଲାଫ କରିନାହାନ୍ତି ବୋଲି ସେ କହୁଛନ୍ତି ।

ସମ୍ବନ୍ଧିତ ଖବର