ଭାରତ ଆସିଲେ ଜେଲ ଯିବ ବିଜୟ ମାଲ୍ୟା, କିନ୍ତୁ ଜେଲରେ ବି ଭିଆଇପିଙ୍କ ପରି ରହିବ

ମୁମ୍ବାଇ: ଏକାଧିକ ଭାରତୀୟ ବ୍ୟାଙ୍କ୍ରୁ ହଜାର ହଜାର କୋଟି ହଡ଼ପ କରି ଲଣ୍ଡନ ପଳେଇଯାଇଥିବା ବିଜୟ ମାଲ୍ୟାର ପ୍ରତ୍ୟାର୍ପଣ ମାମଲା ଏବେ ଲଣ୍ଡନର ଏକ କୋର୍ଟରେ ବିଚାରାଧୀନ ରହିଛି ।  ଆସନ୍ତା ଡିସେମ୍ବର ୧୦ ତାରିଖରେ ବିଜୟମାଲ୍ୟାଙ୍କ ପ୍ରତ୍ୟାର୍ପଣ ମାମଲାର ରାୟ ଆସିବ ବୋଲି ଇଂଲାଣ୍ଡର ଚିଫ ମାଜିଷ୍ଟ୍ରେଟ ଏମା ଆବର୍ଟନ କହିଛନ୍ତି । କିନ୍ତୁ ଭାରତର ଜେଲ ଗୁଡ଼ିକର ଅବସ୍ଥା ଭଲ ନାହିଁ କହି ସେ ଖସିଯିବାକୁ ବସିଛି । ତେବେ ତାହାର ଏହି ବାହାନା ଯେପରି କାମ ନ କରେ ସେଥିପାଇଁ ସରକାର ଆର୍ଥର ରୋଡ ଜେଲର ଏକ ଭିଆଇପି ସେଲରେ ରଖିବାକୁ ପ୍ରସ୍ତୁତି କରିଛନ୍ତି । ଜେଲକୁ ଦେଖିଲେ ଜଣାପଡିବ ଯେ ଯେପରି ସେ ଜେଲରେ ନାହିଁ ବରଂ ଏକ ଲଜରେ ରହିଛି ।

 

ଏହି ବାରାକ ନଂ ୧୨ରେ ଗୋଟିଏ ଦ୍ବାର, ୩ଟି ଝରକା, ୫ଟି ଭେଣ୍ଟିଲେଟର,୪୦ ଇଞ୍ଚର ପ୍ଲଜମା ଟିଭି, ସିଲିଂ ଫ୍ୟାନ, ପରିଷ୍କାର ବାଥରୁମ ଆଦି ରହିଛି । ୟୁରୋପୀୟ ଢ଼ାଞ୍ଚାରେ ନିର୍ମିତ ଏହି ସ୍ୱତନ୍ତ୍ର କାରାଗୃହଗୁଡ଼ିକ ଅନ୍ତର୍ଜାତିକ ସ୍ତର ଓ ଅନ୍ତର୍ଜାତିକ ମାନବିକ ଅଧିକାରର ମାପଦଣ୍ଡ ଆଧାରରେ ନିର୍ମିତ ହୋଇଥିବା ଜାଣିବାକୁ ମିଳିଛି। ଏହି ନୂତନ ସେଲ୍ରେ କଏଦୀମାନଙ୍କ ପାଇଁ ୟୁରୋପୀୟ ଢ଼ାଞ୍ଚାର ଶୌଚାଳୟ ଠାରୁ ଆରମ୍ଭ କରି ସଂପୃକ୍ତ ସେଲ୍ ମଧ୍ୟକୁ ପର୍ଯ୍ୟାପ୍ତ ପରିମାଣର ସୂର୍ଯ୍ୟାଲୋକ ଓ ବାୟୁ ଚଳପ୍ରଚଳର ବ୍ୟବସ୍ଥା ରହିଛି । ଏସବୁ କି ଦେଖିଲେ ଜଣାପଡୁଛି କି ସାରା ଜୀବନ ଅୟସ ଆରାମରେ ଚଳିଥିବା ମାଲ୍ୟା ଏବେ ଜେଲରେ ବି ଅୟସ କରିବ ।

ସମ୍ବନ୍ଧିତ ଖବର