ବିଜୟ ରୂପାନୀ ହେବେ ଗୁଜରାଟର ମୁଖ୍ୟମନ୍ତ୍ରୀ, ଡିସେମ୍ବର ୨୫ରେ ନେବେ ଶପଥ

ନୀତିନ ପଟେଲ ଉପମୁଖ୍ୟମନ୍ତ୍ରୀ

ଅହମଦାବାଦ: ଗତ କିଛି ଦିନ ହେବ ଚାଲିଥିବା ଆଲୋଚନା ଶୁକ୍ରବାର ଶେଷ ହୋଇଛି। ଗୁଜରାଟ ମୁଖ୍ୟମନ୍ତ୍ରୀ ପାଇଁ ବିଜୟ ରୂପାନୀଙ୍କ ନାମରେ ମୁହର ଲାଗିଛି। ଗାନ୍ଧିନଗରସ୍ଥିତ ପାର୍ଟି କାର୍ଯ୍ୟାଳୟରରେ ପର୍ଯ୍ୟବେକ୍ଷକଙ୍କ ଉପସ୍ଥିତିରେ ହୋଇଥିବା ବୈଠକରେ ବିଜୟ ରୂପାନୀଙ୍କ ନାମକୁ ସମସ୍ତ ବିଧାୟକ ସହମତି ଦେଇଛନ୍ତି। ଗୁଜରାଟର ନିର୍ବାଚନ ଫଳାଫଳ ଆସିବା ପରେ ମୁଖ୍ୟମନ୍ତ୍ରୀକୁ ନେଇ ବିଜେପି ରାଜ୍ୟରେ ଉତ୍ତରପ୍ରଦେଶ ଫର୍ମୁଲା ଲାଗୁ କରିବାକୁ ଚିନ୍ତା କରୁଥିଲା। ଜାତୀୟ ଗଣମାଧ୍ୟମ ରିପୋର୍ଟ ଅନୁସାରେ ବିଜୟ ରୂପାନୀଙ୍କ ସହିତ ୨ଜଣ ଉପମୁଖ୍ୟମନ୍ତ୍ରୀ ମଧ୍ୟ ରହିବେ। ପୂର୍ବ ଭଳି ନୀତିନ ପଟେଲ ଉପମୁଖ୍ୟମନ୍ତ୍ରୀ ରହିବେ। ବୈଠକରେ ପର୍ଯ୍ୟବେକ୍ଷକ ଅରୁଣ ଜେଟଲୀ ଓ ସରୋଜ ପାଣ୍ଡେ ଉପସ୍ଥିତ ଥିଲେ।

 

ନୀତିନ ପଟେଲଙ୍କ ବ୍ୟତୀତ ଆଉ ଜଣେ ଉପମୁଖ୍ୟମନ୍ତ୍ରୀ ରହିବେ ବୋଲି ବିଜେପି ପକ୍ଷରୁ ସୂଚନା ମିଳିଛି। ଗଣପତ ବସାବା ଆଦିବାସୀ ନେତା ୨ୟ ଉପମୁଖ୍ୟମନ୍ତ୍ରୀ ହୋଇପାରନ୍ତି। ଡିସେମ୍ବର ୨୫ ଅଥବା ୨୬ରେ ଏହା ଘୋଷଣା ହୋଇପାରେ।

ଗୁଜରାଟର ନୂଆ ମୁଖ୍ୟମନ୍ତ୍ରୀ ଡିସେମ୍ବର ୨୫ରେ ଶପଥ ନେଇ ପାରନ୍ତି। କାରଣ ସେହିଦିନ ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଲ ବିହାରୀ ବାଜପେୟୀଙ୍କ ଜନ୍ମଦିନ। ବର୍ଷ ୨୦୧୨ରେ ବିଧାନସଭା ନିର୍ବାଚନ ପରେ ନରେନ୍ଦ୍ର ମୋଦି ୪ର୍ଥ ଥର ମୁଖ୍ୟମନ୍ତ୍ରୀ ଭାବରେ ଡିସେମ୍ବର ୨୫ରେ ଶପଥ ନେଇଥିଲେ। ଶପଥ ଗ୍ରହଣ ସମାରୋହରେ ମୁଖ୍ୟ ସଚିବ ସର୍ଦ୍ଦାର ପଟେଲ ଷ୍ଟାଡିୟମ ନୀରିକ୍ଷଣ କରିଛନ୍ତି କିନ୍ତୁ ସମାରୋହ ପାଇଁ ମହାତ୍ମା ମନ୍ଦିର ଓ ସାବରମତି ରିଭରଫ୍ରଣ୍ଟରେ ମଧ୍ୟ ଏହା ହୋଇପାରେ।

ସମ୍ବନ୍ଧିତ ଖବର