ବିଜୟଓ୍ଵାଡ଼ାରେ ଡଙ୍ଗା ବୁଡ଼ି ୨୬ ମୃତ!

ବିଜୟଓ୍ଵାଡ଼ା: କୃଷ୍ଣା ନଦୀର ପବିତ୍ର ସଙ୍ଗମ ଘାଟରେ ଆଜି ଏକ ଡଙ୍ଗା ବୁଡ଼ିଯିବାରୁ ଅତି କମ୍‌ରେ ୨୬ ଜଣଙ୍କର ମୃତ୍ୟୁ ଘଟିଥିବା ଆଶଙ୍କା କରାଯାଉଛି। ଭବାନୀ ଦ୍ୱୀପରୁ ୪୦ ଜଣ ଯାତ୍ରୀଙ୍କୁ ଧରି କୃଷ୍ଣା ଏବଂ ଗୋଦାବରୀ ନଦୀର ସଙ୍ଗମ ସ୍ଥଳକୁୁ ଯାଉଥିବା ଏହି ଛୋଟ ଡଙ୍ଗାଟି ଭାରସାମ୍ୟ ହରାଇ ଓଲଟିପଡ଼ିଥିବା ପ୍ରତ୍ୟକ୍ଷଦର୍ଶୀଙ୍କ ସୂତ୍ରରୁ ଜଣାଯାଇଛି। ପ୍ରଖର ସୁଅରେ କ୍ଷମତା ଠାରୁ ଅଧିକ ଯାତ୍ରୀ ପରିବହନ ଏଭଳି ଅଘଟଣ ଆଣିଲା ବୋଲି କୁହାଯାଉଛି। ବିପନ୍ନଙ୍କ ମଧ୍ୟରୁ ନୌଚାଳକ ଦ୍ୱୟ ଏବଂ ଅନ୍ୟ ୧୨ ଜଣ ପହଁରି ପହଁରି କୂଳରେ ପହଞ୍ଚିଥିବା ବେଳେ ବର୍ତ୍ତମାନ ସୁଦ୍ଧା ୯ଟି ଶବ ଉଦ୍ଧାର ହୋଇଛି। ଅନ୍ୟମାନେ ନିଖୋଜ ଥିବା ବେଳେ କୃଷ୍ଣା ନଦୀର ଏହି ଗଭୀରତମ ସ୍ଥାନରେ ସମସ୍ତଙ୍କର ମୃତ୍ୟୁ ହୋଇଥିବା ଆଶଙ୍କା କରାଯାଉଛି। ସମସ୍ତଙ୍କର ବୟସ ୫୦ରୁ ୫୫ ବର୍ଷ ଭିତରେ ହେବ ବୋଲି ଜଣାଯାଇଛି।

ସମ୍ବନ୍ଧିତ ଖବର